fbpx

(Video) ଅଟୋକୁ ପିଟିଲା ବାଇକ୍; ଅଲଗା ହୋଇଗଲା ଚକା, ଅଳ୍ପକେ ବର୍ତ୍ତିଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର: ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ଭାଙ୍ଗିଲା ଗାଡ଼ିର ସକପଚର। ଅଟୋରେ ପିଟିଲେ ଆଉ ଛିଟିକି ପଡ଼ିଲେ। ବ୍ରିଜ୍ ତଳକୁ ଗଳୁ ଗଳୁ ବଞ୍ଚିଗଲେ। ଲକ୍ଷେରୁ ଅଧିକ ଟଙ୍କାର ଗାଡ଼ି ବି ଭାଙ୍ଗିଗଲା । ସ୍ପିଡକୁ ସମ୍ଭାଳି ପାରିଲା ନାହିଁ ପ୍ରେମିକ । ବ୍ରିଜ ଉପରେ ହିଁ ଗାଡ଼ରୁ ଅଲଗା ହୋଇଗଲା ସକପଚର ସହ ଆଗ ଚକା । ହଁ ଆଜ୍ଞା ବ୍ରିଜ ଉପରେ ଘଟିଛି ଭୟଙ୍କର ଦୁର୍ଘଟଣା । ଗାଡ଼ରୁ ଚକା ଅଲଗା ହୋଇଯାଇଛି । ରାସ୍ତା ସେପାଖକୁ ଛିଟିକି ପଡ଼ିଛନ୍ତି ପ୍ରେମିକ ପ୍ରେମିକା । ଉଭୟ ଗରୁତର ଭାବରେ ଆହତ ହୋଇଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି କିଛି ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ଆଚାର୍ଯ୍ୟବିହାର ଓଭର ବ୍ରିଜ୍ ଉପରେ । ବାଗ୍ୟ ଭଲ ଥିବାରୁ କେହି ଓଭର ବ୍ରିଜ୍ ତଳକୁ ଗଳି ନାହାଁନ୍ତି । ଯଦି ଗଳିଥାନ୍ତେ ତାହାଲେ କଣ ଯେ ହୋଇଥାନ୍ତା କିଏବା ଜାଣିଛି । ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । କେମିତି ଗାଡ଼ିର ସକପଚର ପୁରା ଭାଙ୍ଗିଯାଇଛି ।

ଗାଡ଼ିରୁ ପୁରା ଅଲଗା ହୋଇଯାଇଛି ସକପଚର ସହ ଗାଡ଼ିର ଆଗ ଚକା । ଏ ହେଉଛି ପଲସର ଗାଡ଼ି । ଏବେ ପୁରା ଭାଙ୍ଗି ମଝି ବ୍ରଜରେ ପଡ଼ିଛି । ଖବର ମୁତାବିକ ବ୍ରିଜ ଉପରେ ଏକ ଅଟୋ ଛିଡ଼ା ହୋଇଥିଲା । ଅଟୋ ଡ୍ରାଇଭରଙ୍କର ଓଲାରୁ ଏକ ବୁକିଂ କଲ ଆସିଥିଲା । ସେଥିପାଇଁ ବ୍ରିଜ ମଝିରେ ଅଟୋକୁ ସାଇଡ କରି ବୁକିଂ କରିବା ପାଇଁ କଥା ହେଉଥିଲେ । ଆଉ ଏତିକି ବେଳେ ପ୍ରେମିଯୁଗଳ ପଛପଟୁ ଅଟୋରେ ଆସି ଧକ୍କା ହୋଇଥିଲେ । ଗାଡ଼ିର ବେଗ ଅଧିକ ଥିବାରୁ ଲକ୍ଷେରୁ ଅଧିକ ଟଙ୍କାର ବାଇକ ପୁରା ଭାଙ୍ଗିଯାଇଥିଲା । ସେପଟେ ଦୁର୍ଘଟଣା ହେବା ପରେ ଆଗୁଆ ଆମ୍ବୁଲାନ୍ସରେ ବସି ଡାକ୍ତରଖାନାକୁ ପଳାଇଥିଲେ ଉଭୟ । ଏହି ଗାଡ଼ିର ଆଗରେ ଲେଖା ରହିଛି ଆର୍ମି ବୋଲି । ଏଥିରୁ ଜଣା ପଡ଼ୁଛି ଏହି ଗାଡ଼ି ଆର୍ମିରେ ଥିବା କୌଣସି ବ୍ୟକ୍ତିଙ୍କର ହୋଇଥିବ ।

Get real time updates directly on you device, subscribe now.