(Video) ଆଜି ରାତିରେ ଆକାଶରେ ଦୃଶ୍ୟମାନ ହେବ କଳା ଜହ୍ନ, ଏହି ସ୍ଥାନରେ ଦେଖିପାରିବେ ଲୋକ
ଭାରତବାସୀ ମଧ୍ୟ ଚାହିଁଲେ ଏହି କଳା ଜହ୍ନକୁ ଦେଖିପାରିବେ । ଏହା ଆସନ୍ତା କାଲି ଭୋର ୪ଟାରେ ଦୃଶ୍ୟମାନ ହେବ
ନୂଆଦିଲ୍ଲୀ- ଆଜି ସାରା ଜଗତ ଅନ୍ଧକାରରେ ଛାଇଯିବ । ଆଜି ରାତିରେ ଆକାଶରେ ଉଇଁବ କଳା ଜହ୍ନ । କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ପାଦ ତଳୁ ଘୁଞ୍ଚିଯିବ ମାଟି । ଆକାଶରେ ଶତାବ୍ଦୀର ଶେଷ ବିରଳ ଦୃଶ୍ୟ ଦେଖିବାକୁ ମିଳି ବୋଲି ପୂର୍ବାନୁମାନ କରାଯାଇଛି ।
ପୂର୍ବ ଆକଳନ ଅନୁଯାୟୀ ଆଜି ଆକାଶରେ କଳା ଜହ୍ନ ଦେଖିବାକୁ ମିଳିବ । ଏହି କଳା ଜହ୍ନ ଏସିଆ, ଆଫ୍ରିକା ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ । ଭାରତବାସୀ ମଧ୍ୟ ଚାହିଁଲେ ଏହି କଳା ଜହ୍ନକୁ ଦେଖିପାରିବେ । ଏହା ଆସନ୍ତା କାଲି ଭୋର ୪ଟାରେ ଦୃଶ୍ୟମାନ ହେବ ।
ଆଜି ହେଉଛି ଅମାବାସ୍ୟା । ଆଜି ଜହ୍ନ ଦୃଶ୍ୟମାନ ହେବା କଥା ନୁହେଁ । କିନ୍ତୁ ଆଜି ଦେଖିବାକୁ ମିଳିବ କଳା ଜହ୍ନ । ତେବେ କାହିଁକି ଜହ୍ନ ହେବ କଳା, କଣ କାହାର ରହିଛି ଅଭିଶାପ ?
ସାଧାରଣତଃ କଳା ଜହ୍ନ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଦେଖାଦେଇଥାଏ । ଦ୍ୱିତୀୟ ଅମାବାସ୍ୟାର ଜହ୍ନକୁ କଳା ଜହ୍ନ କୁହାଯାଏ ।
ସମାନ କଥା ୩ ମାସରେ ୪ ଥର ଅମାବାସ୍ୟା ପଡିଲେ ହୋଇଥାଏ । ଏଥିରେ ମଧ୍ୟ କଳା ଜହ୍ନ ଦୃଶ୍ୟମାନ ହୋଇଥାଏ । ତେବେ ଏହା ଚନ୍ଦ୍ର ଗ୍ରହଣ ପରି କୌଣସି ପ୍ରଭାବ ପକାଇ ନ ଥାଏ ।