ଓଡ଼ିଶା ଭାସ୍କର: ବର୍ତ୍ତମାନ ବିବାହ ଋତୁ ଚାଲିଛି । ତେଣୁ ଲୋକମାନେ ବିବାହ ସମ୍ବନ୍ଧୀୟ ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି । ସମସ୍ତେ ଚାହାଁନ୍ତି ଯେ ବିବାହ କିପରି ସୁରୁଖୁରୁରେ ସମ୍ପନ୍ନ ହୋଇଯାଉ । କିନ୍ତୁ ନିକଟରେ ଏଭଳି ଏକ ଘଟଣା ଘଟିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିବାହ ମଣ୍ଡପରେ କୁକୁର ପଶି ଆସିଥିଲା । ଯାହାକୁ ନେଇ ମଣ୍ଡପରେ ବିଶୃଙ୍ଖଳା ସୃଷ୍ଟି ଦେଖାଦେଇଥିଲା । ତେବେ କୁକୁରଟି କନିଆ ପଛରେ ଗୋଡ଼ାଇବାକୁ ଲାଗିଲେ । ଏହା ପଛର କାରଣ ସମସ୍ତଙ୍କୁ ଅଜଣା । ପରେ କନିଆ ଜଣଙ୍କ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ । ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏଭଳି ଏକ ମଜାଦାର ଭିଡ଼ିଓକୁ ମୟଙ୍କ ଚୌହାନ ଇନଷ୍ଟାଗ୍ରାମରେ ଶେୟାର କରି କ୍ୟାପସନରେ ଲେଖିଛନ୍ତି- ‘ମସ୍ତ ବିବାହ’ । ଏହି ଭିଡ଼ିଓରେ ଆପଣ ଦେଖିପାରିବେ କିପରି ଭାବରେ ବିବାହ ଚାଲୁଥିବା ସମୟରେ ଏକ କୁକୁର ମଣ୍ଡପକୁ ଧାଇଁ ଆସିଛି । ସେ କନିଆ ପଛରେ ଗୋଡ଼ାଉଥିବାର ଦେଖାଯାଉଛି । ଏହି ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ପଣ୍ଡିତ, ଅତିଥି, ବର ଓ କନିଆ ପକ୍ଷର ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଭିଡ଼ିଓକୁ ଦେଖି ଅନେକ ଲୋକମାନେ ମଜାଦାର କମେଣ୍ଟ କରିଛନ୍ତି ଯେପରି କୁକୁର କହୁଛି ମୋତେ ଭଲପାଇ ଆଉ କାହା ସହ ବିବାହ କରୁଛ ? ଏପରି ହେବ ନାହିଁ । ଆଉ ଜଣେ ୟୁଜର ଲେଖିଛନ୍ତି କୁକୁର ତା’ ମାଲିକକୁ ସର୍ବନାଶରୁ ରକ୍ଷା କରୁଛି । ସେହିପରି ଆଉ ଜଣେ ଲେଖିଛନ୍ତି କ୍ୟାମେରାମ୍ୟାନ୍ ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି ।
View this post on Instagram