CHARIDHAM

Video: ହାରିସ୍ ରୌଫଙ୍କ ବିପଜ୍ଜନକ ବଲ୍, ଲହୁଲୁହାଣ ହୋଇ ପଡ଼ିଆ ଛାଡିଲେ ନେଦଲ୍ୟାଣ୍ଡସ୍ ବ୍ୟାଟ୍ସମ୍ୟାନ୍

ନୁଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ମ୍ୟାଚ୍ ଜାରି ରହିଛି । ରବିବାର ପାକିସ୍ତାନ ଏବଂ ନେଦଲ୍ୟାଣ୍ଡସ୍ ମଧ୍ୟରେ ଅନୁଷ୍ଠି ହୋଇଥିବା ମ୍ୟାଚ୍‌ରେ ପାକିସ୍ତାନ ୬ ଉଇକେଟ୍‌ରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ୍ ପାକିସ୍ତାନ ଆଗରେ ମାତ୍ର ୯୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ନେଦରଲ୍ୟାଣ୍ଡସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନେଦରଲୟାଣ୍ଡସ୍ ବ୍ୟାଟିଂ ସମୟରେ ପାକିସ୍ତାନୀ ବୋଲର ହାରିସ୍ ରୌଫଙ୍କ ଏକ ବଲ୍ ଯାଇ ନେଦରଲ୍ୟାଣ୍ଡସ୍ ବ୍ୟାଟ୍ସମ୍ୟାନ୍‌ଙ୍କ ଆଖିରେ ବାଜିଥିଲା। ଏହି ସମୟର ଦୃଶ୍ୟ ଖୁବ୍ ଭୟଙ୍କର ଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ନେଦରଲ୍ୟାଣ୍ଡସ୍ ବ୍ୟାଟିଂ ସମୟରେ ଯେତେବେଳେ ହାରିସ୍ ରୌଫ ବୋଲିଂ କରୁଥିଲେ କ୍ରଜ୍‌ରେ ବସ୍ ଡି ଲିଡେ ବ୍ୟାଟିଂ କରୁଥିଲେ। ହାରିସ ରୋଫ ନିଜର ଗତି ସହିତ ପରିବର୍ତ୍ତିତ ବୋଲିଂ ପାଇଁ ଜଣାଶୁଣା। ଏହି ଓଭରର ପ୍ରଥମ ୪ଟି ବଲ୍‌ରେ କୋଣସି ରନ୍ ହୋଇନଥିଲା। ଏବଂ ୫ ନମ୍ବର ବଲ୍ ହାରିସ ଘଣ୍ଟା ପ୍ରତି ୧୪୮ବେଗ୍‌ରେ ଶର୍ଟ ପିଚ୍ ପକାଇଥିଲେ। ଏହା ସିଧା ସଳଖ ଯାଇ ନେଦରଲ୍ୟାଣ୍ଡସ୍ ବ୍ୟାଟ୍ସମ୍ୟାନ୍‌ଙ୍କ ହେଲମେଟ୍‌ରେ ବାଯିଥିଲା।

ହାରିସ୍‌ଙ୍କ ଏହି ବଲ୍ ବାସ ଡି ଲୀଡଙ୍କ ଡାହାଣ ଆଖି ତଳେ ବାଜିଥିଲା। ଏହା ଆଖି ତଳେ ଏକ ବଡ଼ କ୍ଷତ କରିବା ସହିତ ପ୍ରବଳ ରକ୍ତସ୍ରାବ କରାଇଥିଲା। ଏହି ଘଟଣା ପରେ ନେଦରଲ୍ୟାଣ୍ଡସ୍ ଫିଜିଓ ତୁରନ୍ତ ପଡ଼ିଆକୁ ଧାଇଁ ଆସିଥିଲେ। ପାକିସ୍ତାନର ଖେଳାଳିମାନେ ମଧ୍ୟ ତାଙ୍କୁ ଆରମ୍ଭରୁ ଘେରି ରହି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ବସ୍ ଡି ଲିଡେ ଏହି ମ୍ୟାଚ୍‌ରେ ୧୬ ବଲ୍ ଖେଳି ମାତ୍ର ୬ରନ୍ କରିପାରିଥିଲେ। ତେବେ ଆସଗାମୀ ମ୍ୟାଚ୍‌ରେ ବସ୍ ଲୀ ଖେଳିବେ କି ନାହିଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ୨୦ ଓଭରରେ ମାତ୍ର ୯୧ ରନ୍ ସଂଗ୍ରହ କରିଥିଲା। ଚଳିତ ବିଶ୍ୱକପରେ ପାକିସ୍ତାନ ପ୍ରଥମ ବିଜୟକୁ ବହୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲା। କାରଣ ପ୍ରଥମ ଦୁଇ ମଞ୍ଚରେ ଡିପାକିସ୍ତାନ ପରାଜୟର ସାମ୍ନା କରିଥିଲା। ଯଦି ଆଜିର ମ୍ୟାଚ ପାକିସ୍ତାନ ହାରି ଯାଇଥାନ୍ତା ତେବେ ସେମିଫାଇନାଲ ଦୌଡରୁ ବଡ଼ ପଡିଥାନ୍ତା। ତେବେ ପାକିସ୍ତାନକୁ ସେମିଫାଇନାଲ ଖେଳିବାକୁ ହେଲେ ବାକି ଅବଶିଷ୍ଟ ସମସ୍ତ ମ୍ୟାଚକୁ ଜିତିବାକୁ ପଡ଼ିବ।