fbpx

Video: ମାଲ ମାରି ପୁରା ମାତାଲ ସ୍କୁଲର ପ୍ରଧାନ ଶିକ୍ଷକ, ବିନା କ୍ଲାସ କରି ଖଟ ଉପରେ ଶୋଇଛନ୍ତି

ଯାଜପୁର: ପ୍ରଥମେ ଭଲ କରି ଦେଖନ୍ତୁ ଏ ଭିଡ଼ିଓକୁ। ଦେଖିଲେତ ଏ ବାବୁ ଜଣକ ହେଉଛନ୍ତି ଜଣେ ପ୍ରଧାନଶିକ୍ଷକ। ଆଉ ଜଣେ ପ୍ରଧାନଶିକ୍ଷକ ହୋଇ କିପରି ସ୍କୁଲ ମଧ୍ୟରେ ମଦ ପିଇ ମାତାଲ ହୋଇ ପଡିଛନ୍ତି। ହଁ ଆଜ୍ଞା ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କର। ଯାହାକି ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି। ସବୁଠୁ ବଡ଼ କଥା ଯେଉଁଠି ଖୋଦ ପ୍ରଧାନଶିକ୍ଷକ ମଦ ପିଇ ମାତାଲ ହେଉଛନ୍ତି ସେଠି ଛାତ୍ରଛାତ୍ରୀ କେତେଯେ ସୁରକ୍ଷିତ ତାହା ସ୍ପଷ୍ଟ ବାରି ହୋଇପଡୁଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ୍ୟରେ ତୀଵ୍ର ଅସନ୍ତୋଷ ଦେଖାଦେଇଛି ।ଯଦି ସରକାର ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ ତେବେ ଏହାକୁ ବିରୋଧ କରି ଆନ୍ଦୋଳନ କରାଯିବବୋଲି ସୂଚନାମିଳିଛି।ସେପଟେ ଉକ୍ତ ଶିକ୍ଷକ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।

 

Get real time updates directly on you device, subscribe now.