ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ହିଙ୍ଗୋଲିରେ ନିର୍ବାଚନ ପ୍ରଚାରରେ ଯାଇଥିଲେ । ସେହି ସମୟରେ ନିର୍ବାଚନ ଆୟୋଗ ଅଧିକାରୀମାନେ ଅମିତ ଶାହାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ । କହିରଖୁଛୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ଯାଞ୍ଚ ପରେ ଦେଖାଦେଇଥିବା ରାଜନୈତିକ ବିବାଦ ପରେ ଏଭଳି ପଦକ୍ଷେପ ନିଆଯାଇଛି ।
ବ୍ୟାଗ୍ ଯାଞ୍ଚକୁ ନେଇ ଗୃହମନ୍ତ୍ରରୀ ଅମିିତ ଶାହା ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଆଜି ମହାରାଷ୍ଟ୍ରର ହିଙ୍ଗୋଲି ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ନିର୍ବାଚନ ଆୟୋଗ ଅଧିକାରୀଙ୍କ ଦ୍ୱାରା ମୋ ବ୍ୟାଗର ଯାଞ୍ଚ କରାଗଲା । ବିଜେପି ନିରପେକ୍ଷ ନିର୍ବାଚନ ଏବଂ ସୁସ୍ଥ ନିର୍ବାଚନ ପ୍ରଣାଳୀରେ ବିଶ୍ୱାସ ରଖେ ଏବଂ ମାନନୀୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ସମସ୍ତ ନିୟମର ପାଳନ କରିଥାଏ । ଏକ ସୁସ୍ଥ ନିର୍ବାଚନ ପ୍ରଣାଳୀରେ ଆମ ସମସ୍ତଙ୍କୁ ଯୋଗଦାନ ଦେବା ଉଚିତ ଏବଂ ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ବଜାୟ ରଖିବାରେ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ ।’
आज महाराष्ट्र की हिंगोली विधानसभा में चुनाव प्रचार के दौरान चुनाव आयोग के अधिकारियों के द्वारा मेरे हेलिकॉप्टर की जाँच की गई।
भाजपा निष्पक्ष चुनाव और स्वस्थ चुनाव प्रणाली में विश्वास रखती है और माननीय चुनाव आयोग द्वारा बनाए गए सभी नियमों का पालन करती है।
एक स्वस्थ चुनाव… pic.twitter.com/70gjuH2ZfT
— Amit Shah (@AmitShah) November 15, 2024