ଦୁବାଇ- ଆପଣ ବିଭିନ୍ନ କିସମର ଚା’ ପିଇଥିବେ । କେଉଁଠି ଏକ କପ ଚା’ର ଦାମ ୫ ଟଙ୍କା ହୋଇଥିବ ତ କେଉଁଠି ହଜାର । ହେଲେ କେବେ ଏକ ଲକ୍ଷରୁ ଅଧିକ ମୂଲ୍ୟର ଚା’ କଥା ଶୁଣିଛନ୍ତି? ବିଶ୍ୱାସ ନ ହେଲେ ବି କଥାଟି ସତ । ଦୁନିଆରେ ଏମିତି ଏକ କାଫେ ରହିଛି, ଯେଉଁଠି ଗୋଟିଏ କପ ଚାହାର ଦାମ ଏକ ଆଇ ଫୋନ୧୬ ମୂଲ୍ୟଠାରୁ ବି ଅଧିକ ।
ଦୁବାଇରେ ରହିଛି ଏହି କାଫେ । ଏଠି ସୁନାର ଚାହା ପରସା ଯାଏ ଗ୍ରାହକଙ୍କୁ, ଯେଉଁଥିପାଇଁ ଗ୍ରାହକଙ୍କୁ ଦେବାକୁ ହୋଇଥାଏ ଏକ ଲକ୍ଷରୁ ଅଧିକ ଟଙ୍କା । ଏହି ସୁନା ଚାହା ରୂପା କପରେ ପିଆଯାଏ । ଗୋଟିଏ କପ ଚନ୍ଦୀ କପରେ ଥାଏ ୨୪ କାରେଡ ସୁନାର ପତି । ଏହି କଡା ଚାହାର ଦାମ ୫ହଜାର ଏଇଡି, ଯାହାର ମୂଲ୍ୟ ପ୍ରାୟ ୧.୧ ଲକ୍ଷ ଟଙ୍କା । ଗୋଟିଏ ଫୁଡ ବ୍ଲଗରେ ଏହି ସବୁଠାରୁ ଦାମୀ ଚାହା ପ୍ରସ୍ତୁତ କରୁଥିବା କାଫେର ଭିଡିଓ ସେୟାର କରିଛନ୍ତି ।
ଦୁବାଇରେ ଥିବା ଏହି କାଫେ ଏଇଡି ୫୦୦୦ ଗୋଲ୍ଡ କଡା ଚାହା ପ୍ରସ୍ତୁତ କରେ । ରୂପ କପରେ ସୁନା ଚା ପିଇ ଗ୍ରାହକ ଆଭିଜାତ୍ୟର ମଜା ନେଇଥାନ୍ତି ଏଠି । କପ ସୁଦ୍ଧ ରୂପାରେ ତିଆରି ଓ ୨୪ କାରେଡ ସୁନାରେ ଆଚ୍ଛାଦିତ ଚାହା ଏଠି ମିଳିଥାଏ । ଚାହା ପିଇବା ପରେ ଏହି ରୂପା କପ ଆପଣଙ୍କର ବୋଲି ବ୍ଲଗରେ ଲେଖା ଯାଇଛି ।
View this post on Instagram