fbpx

(Video): ମୋଦିଙ୍କ ହାତରେ ସ୍କୁଲ ଛାତ୍ରୀ ବାନ୍ଧିଲେ ବିଶେଷ ରାକ୍ଷୀ, ଲେଖାରହିଛି ଏହି ସନ୍ଦେଶ

ନୂଆଦିଲ୍ଲୀ: ଆଜି ରକ୍ଷାବନ୍ଧନ । ଭାଇ ଭଉଣୀଙ୍କ ସମ୍ପର୍କର ପବିତ୍ର ବନ୍ଧନର ପର୍ବ । ଦେଶସାରା ଏହି ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଇଥାଏ । ଏହି ଅବସରରେ ସ୍କୁଲ ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ବିଶେଷ ରାକ୍ଷୀ ବାନ୍ଧିଥିଲେ ।

ଛାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ରକ୍ଷୀ ବାନ୍ଧିଥିଲେ ଯେଉଁଥିରେ ସେ ଦିବଙ୍ଗତ ମାଆଙ୍କ ପାଦ ଧୋଉଥିବା ଫଟୋ ଥିଲା । ଏକ ବୃକ୍ଷ ଚିତ୍ର ଆକାରରେ ରାକ୍ଷୀରେ ଡିଜାଇନ୍ ସହ ‘ଏକ ପେଡ଼ ମାଁ କେ ନାମ’ ଲେଖା ହୋଇଥିଲା । ଆଜି ରକ୍ଷାବନ୍ଧନର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ସମସ୍ତ ଦେଶବାସୀଙ୍କୁ ଭାଇ- ଭଉଣୀର ଅସୀମ ସ୍ନେର ପ୍ରତୀକ ପର୍ବ ରକ୍ଷାବନ୍ଧନର ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସୌଭାଗ୍ୟ ନେଇ ଆସୁ ।’

Get real time updates directly on you device, subscribe now.