fbpx

(Video) ତିନି ଯୁବକଙ୍କୁ ଧକ୍କାଦେଲା ଅଜଣା ଗାଡ଼ି; ଗାଁ ମଶାଣିରେ ଏକାଠି ଜଳିଲା ୨ ସାଙ୍ଗଙ୍କ ଜୁଇ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଗତକାଲି ବିଳମ୍ବତ ରାତ୍ରିରେ ମିଲିଟାରୀ ଛକ ନିକଟରେ ବାଇକ ଯୋଗେ ଆସୁଥିବା ତିନିଜଣ ଯୁବକ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଗୋଟିଏ ଗାଁ ଗୋଟିଏ ମଶାଣିରେ ଏକାସାଙ୍ଗରେ ଜଳିଲା ୨ ସାଙ୍ଗଙ୍କ ଜୁଇ । ରକ୍ତାକ୍ତ ହୋଇଗଲା ରାସ୍ତା । ବାଇକରେ ଯାଉଥିଲେ ୩ ସାଙ୍ଗ ଶୀତୁଆ ରାତିକୁ ଚାରିଆଡେ କିଟମିଟି ଅନ୍ଧାର । ଘରେ ପହଂଚିବା ପାଇଁ ସମସ୍ତେ ବାଇକର ଗିତି ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଗତକାଲି ବିଳମ୍ବତ ରାତ୍ରିରେ ମିଲିଟାରୀ ଛକ ନିକଟରେ ବାଇକ ଯୋଗେ ଆସୁଥିବା ତିନିଜଣ ଯୁବକ ଏକ ଅଜଣା ଗାଡି ଧକ୍କା ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ କ୍ଷ ତୁରନ୍ତ ଖବର ପାଇ ଦାନଗଦି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲ କୁ ପଠାଇବା ସହିତ ମୃତ ଦୁଇଜଣଙ୍କୁ ଶବ ବ୍ୟବଛେଦ ନିମନ୍ତେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡିଛି । ମୃତ ଦୁଇ ଜଣ ରାବେଣା ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

Get real time updates directly on you device, subscribe now.