fbpx

(Video) କଟକରେ ବିନା ମାଟିରେ ଫଛିଳି ପନିପରିବା; ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ

କଟକ: (ଓଡ଼ିଶା ଭାସ୍କର) ଯେକୌଣସି ଗଛ ହେଉ ତାକୁ ଲଗାଇବା ପାଇଁ ମାଟିର ଆବଶ୍ୟକତା ରହିଥାଏ । ପରେ ସେହି ଗଛରେ ସାର, ପାଣି ଏବଂ ବିଷ ଦେଇ ଗଛର ଯତ୍ନ ନେବା ସହ ତାର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇ ଥାଏ । ହେଲେ ବିନା ମାଟିରେ ମଧ୍ୟ ବଞ୍ଚି ପାରିବ ଗଛ କ୍ଷ ଚାଷୀଟିଏ ବିନା ମାଟିରେ ପନି ପରିବା ଏବଂ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଇ ଉତ୍ପାଦନକ୍ଷମ ହୋଇପାରିବ କ୍ଷ ଦର୍ଶକ ବନ୍ଧୁ କଥାଟି ଆଶ୍ଚର୍ଯ୍ୟ କର ଲାଗୁଥିଲେ ମଧ୍ୟ କଥାଟି ସତ । ଏହାକୁ ହାଇଡ୍ରୋପନିକ ଚାଷ କୁହାଯାଉଛି କ୍ଷ ବିଭିନ୍ନ ପ୍ରକାର ଫୁଲ,କେଶର ଓ ଷ୍ଟ୍ରବେରୀ ପରେ ଏବେ ପୁଣି ଥରେ ପନିପରିବା ଉତ୍ପାଦନ କରି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ।

ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଗବେଷଣା କରିବା ସହ ଉନ୍ନତ ମାନର ପୋଷକ ତତ୍ତ୍ୱ ର ପ୍ରଭାବ କିଭଳି ପନିପରିବା ଚାଷ ଉପରେ ପଡୁଛି ତାହା ମଧ୍ୟ ନିରୂପଣ କରାଯାଇ ପାରିଛି । ଅନ୍ୟ ପଟରେ ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଗବେଷଣା କରିବା ସହ ଉନ୍ନତ ମାନର ପୋଷକ ତତ୍ତ୍ୱର ପ୍ରଭାବ କିଭଳି ପନିପରିବା ଚାଷ ଉପରେ ପଡୁଛି ତାହା ମଧ୍ୟ ନିରୂପଣ କରାଯାଇ ପାରିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ ହୋଇଛି ବିନା ମାଟିରେ ପରିବା ଚାଷ କ୍ଷ ଏଠି ଫୁଲକୋବି, ବନ୍ଧାକୋବି, ବ୍ରୋକୋଲି, ବାଇଗଣ, ବିଲାତି, କଞ୍ଚାଲଙ୍କାରେ ଭର୍ତ୍ତି ସବୁଜ ଘର । ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପନିକ ଉପାୟରେ ଅର୍ଥାତ କେବଳ ପାଣିରେ ଏହା ସମ୍ଭବ ହୋଇଛି ।

ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ରେଭେନ୍ସା ରେ ନିର୍ମାଣ ହୋଇଥିବା ଏହି ହାଇଡ୍ରୋପନିକ ପ୍ରକଳ୍ପ ରେ ପୂର୍ବରୁ ସଫଳତାର ସହ ଉଭୟ ଷ୍ଟ୍ରବେରୀ ଓ କେଶର ର ଉତ୍ପାଦନ ହୋଇସାରିଛି ।ଏବେ ନିଜସ୍ୱ ଉଦ୍ୟମରେ ବିଭାଗର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପନିପରିବା ଫଳାଇବା ସମ୍ଭବ ହୋଇ ପାରିଛି ।ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କଷ୍ଟକର ଥିଲେ ବି ପାଣି ଓ ଅନ୍ୟ ଉପାଦାନର ସଫଳ ମାନକ ପରୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି ।ଆଗକୁ ଏହି ଜ୍ଞାନ କୌଶଳ କିପରି ଚାଷୀ ମାନଙ୍କ ପାଖରେ ପହଞ୍ଚିବ ଏବଂ ଚାଷୀମାନେ କିପରି ଏହାର ଲାଭ ପାଇପାରିବେ ସେ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ।

Get real time updates directly on you device, subscribe now.