fbpx

ଭିଡିଓକନ୍ ମାମଲା: ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ, ୧୨ା୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ଆଜି ଜାମିନ ମିଳିଛି । ମୁମ୍ବାଇର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ତେବେ ଚନ୍ଦାଙ୍କୁ ୫ ଲକ୍ଷ ଟଙ୍କାର ବଣ୍ଡ ସହ ବିଦେଶ ଯାତ୍ରା ନ କରିବା ସର୍ତ୍ତରେ ଏହି ଜାମିନ ମିଳିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ଓ ସିଇଓ ଚନ୍ଦା କୋଚରଙ୍କ ନାମରେ ଲାଞ୍ଚ ନେଇଥିବା ଅଭିଯୋଗ ପୂର୍ବରୁ ହୋଇଥିଲା । ଚନ୍ଦାଙ୍କ ଜାମିନ ନେଇ ସବିଶେଷ ସୂଚନା ତାଙ୍କର ଓକିଲ ବିଜୟ ଅଗ୍ରୱାଲ ପ୍ରଦାନ କରିଛନ୍ତି । ଚନ୍ଦାଙ୍କ ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ ଗ୍ରୁପର ମୁଖ୍ୟ ଭେନୁଗୋପାଲ ଧୂତଙ୍କ ନାମରେ ମାମଲା ରହିଛି । ଏହି ଅର୍ଥ ହେରଫେର ମାମଲାରେ ୨୦୨୦ ମସିହାରେ ଦୀପକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଚନ୍ଦାଙ୍କ ନେତୃତ୍ୱରେ ଆଇସିଆଇସିଆ ବ୍ୟାଙ୍କର ଏକ କମିଟି ଭିଡିଓକନ ଗ୍ରୁପକୁ ୩୦୦ କୋଟି ଟଙ୍କାର ଋଣ ପ୍ରଦାନ କରିଥିବା ଇଡି ଦ୍ୱାରା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.