fbpx

ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ୟାଗି’; ନେଲାଣି ୫୯ ମୁଣ୍ଡ, ଭାସିଗଲା ପୋଲ, ଗାଡ଼ି-କୋଠାବାଡ଼ି

ନୂଆଦିଲ୍ଲୀ: ଭିଏତନାମଉପପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ବାତ୍ୟା ୟାଗି ଯୋଗୁଁ ଲାଲ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୦ଟି କାର୍ ଓ ୨ଟି ସ୍କୁଟି ଭାସି ଯାଇଛି । ଉପପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୩ ଜଣଙ୍କୁ ଖୋଜା ଚାଲିଛି । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ବାତ୍ୟା ୟାଗି ଶନିବାରଠାରୁ ୫୯ ଜଣଙ୍କ ଜୀବନ ନେଇଛି ।

ଉପକୂଳବର୍ତ୍ତୀ ସହର ଭିଏତନାମରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେଶର ୧୦ ନିୟୁତରୁ ଅଧିକ ଲୋକଙ୍କୁ ବିନା ବିଜୁଳିରେ ବଞ୍ଚିବାକୁ ପଡ଼ୁଛି । ଉତ୍ତର ଭିଏତନାମର ଅନେକ ସହରରେ ସ୍କୁଲ ବନ୍ଦ ରହିଛି । ଦକ୍ଷିଣ ଚୀନ୍ ଓ ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘ୟାଗି’ରେ ୨୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.