fbpx

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା: ପ୍ରତିଦିନ ରାଜ୍ୟରେ ଦୁର୍ନୀତିର ମାତ୍ରା ବଢିବାରେ ଲାଗିଛି । କିଛିଦିନ ହେବ କ୍ରମଶଃ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଧରା ପଡୁଛନ୍ତି । ସେହିପରି ଆଜି ପୁଣିଥରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭବାନୀପାଟଣାରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ ପକାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ଜାଗାରେ ରେଡ୍ ଚାଲିଛି । ଚଢାଉରେ ୫ଟି ଡିଏସପି, ୬ ଆଇଆଇସି ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।

ନିକଟରେ ଗତକାଲି, ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ରେଡ୍ ପକାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢାଉ ହୋଇଥିଲା । ଏକ ସାଙ୍ଗରେ ୯ଟି ସ୍ଥାନରେ ରେଡ୍ ପଡିଛି । ଭୁବନେଶ୍ୱର, ବାଲେଶ୍ୱର, ସୋନପୁର, ଜଗତସିଂହପୁର, ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଥିଲା ।

 

Get real time updates directly on you device, subscribe now.