ଭୁବନେଶ୍ୱର: ସକାଳୁ ସକାଳୁ ଆକ୍ସନ ମୋଡରେ ଭିଜିଲାନ୍ସ। ଧର୍ମଶାଳା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅସିତ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସର ରେଡ୍ ପଡିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍ ପଡିଥିବା ଜଣାପଡିଛି।
ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। କଟକ, ଭୁବନେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ରେଡ୍ ପଡ଼ିଛି। ଚାଉଳିଆଗଞ୍ଜ ମେଟ୍ରୋ ଆଭିନ୍ୟୁ ଆପାର୍ଟମେଣ୍ଟରେ ଏହି ରେଡ୍ ଜାରି ରହିଛି।
ଧର୍ମଶାଳା କାର୍ଯ୍ୟାଳୟ, ସରକାରୀ ବାସଭବନରେ ମଧ୍ୟ ଚଢାଉ। ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଛନ୍ତି। କେତେ ସଂପତ୍ତିଏବଂ କେତେ ସୁନା ଜବତ ହୋଇଛି, ତାହା ବର୍ତ୍ତମାନ ଜଣାପଡିନାହିଁ।