fbpx

Big Breaking: ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ଢେଙ୍କାନାଳ: ସକାଳୁ ସକାଳୁ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଢେଙ୍କାନାଳ ସହର ରେଞ୍ଜର ଭୁବନାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସର ରେଡ୍ ପଡିଛି। ଘର, ସରକାରୀ କ୍ୱାଟର ଓ କାର୍ଯ୍ୟାଳୟରେ ଚଢାଉ ଚାଲିଛି। ସୂଚନାନୁଯାୟୀ ଆୟ ବଜିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଥିବା ଜଣାପଡିଛି।

ସେହିପରି ଅଗଷ୍ଟ ୧୭ ତାରିଖ ଦିନ ଆସିଷ୍ଟାଣ୍ଟ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଯାଜପୁର CT & GST ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିଲା । ତାଙ୍କ ନାଁରେ ୫ ଲକ୍ଷ ୮୫ ହଜାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା । ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିଲା । ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ାରେ ରେଡ୍ ହୋଇଥିଲା । ଭୁବନେଶ୍ୱର ୟୁନିଟ୍‌-୨ ସ୍ଥିତ ସରକାରୀ ବାସ ଭବନ, ବରମୁଣ୍ଡାରେ ଥିବା ଘରେ, ନିରାକାରପୁର ସ୍ଥିତ ଘର ଓ ଫାର୍ମ ହାଉସ, ପାଟକୁରା ଯଦୁପୁର ସ୍ଥିତ ପୈତୃକ ଘରେ ଚଢ଼ାଉ ହୋଇଥିଲା । ରେଡରେ ୭ ଜଣ ଡିଏସପି, ୧୪ ଇନ୍ସପେକ୍ଟର ସାମିଲ ଥିଲେ ।

Get real time updates directly on you device, subscribe now.