fbpx

ପୁଅ ସିଦ୍ଧାର୍ଥ ମାଲ୍ୟା ଏବଂ ବୋହୂ ଜସ୍ମିନଙ୍କ ବିବାହରେ ପୋଜ୍ ଦେଲେ ବିଜୟ ମାଲ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫୋଟୋ

ନୂଆଦିଲ୍ଲୀ: ନିକଟରେ ବଲିଉଡ଼ର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଅଲିଅଳି ସୋନାକ୍ଷୀ ସିହ୍ନାଙ୍କ ବିବାହ ସମ୍ପନ୍ନ ହୋଇଛି । ସେନାକ୍ଷୀ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ୍ ଜହୀର ଇକବାଲଙ୍କୁ ବିବାହ କରିଛନ୍ତି । ନବ ଦମ୍ପତ୍ତି ନିଜ ବିବାହର ପ୍ରଥମ ଫୋଟୋ ସୋସିଆଲ ମିଡିଆରେ ଶେୟାର କରି ସମ୍ପର୍କକୁ ଅଫିସିଆଲ କରିଛନ୍ତି । ଏଥିମଧ୍ୟରେ ପୂର୍ବତନ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସୁପୁତ୍ର ସିଦ୍ଧାର୍ଥ ମାଲ୍ୟାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସିଦ୍ଧାର୍ଥ ମାଲ୍ୟା ନିଜ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ୍ ଜସ୍ମିନଙ୍କ ସହ ବିବାହ କରିଛନ୍ତି । ଏହି ଖାସ୍ ଦିନରେ ବିଜୟ ମାଲ୍ୟା ନିଜ ପୁଅ ଏବଂ ବୋହୂଙ୍କ ସହ କିଛି ସୁଖଦ ମୁହୂର୍ତ୍ତର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଲଣ୍ଡନରେ ସୀମିତ ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ସିର୍ଦ୍ଧାର୍ଥ ଏବଂ ଜସ୍ମିନଙ୍କ ବିବାହ ଉଭୟ ଖ୍ରୀଷ୍ଟିଆନ୍ ଏବଂ ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏହି ସମାରୋହରେ ଜସ୍ମିନ ଏକ ସୁନ୍ଦର ଧଳା ଗାଉନରେ ନଜର ଆସିଥିଲେ ଏବଂ ସିଦ୍ଧାର୍ଥ କ୍ଲାସିକ୍ ଧଳା ରଂଗର ସାର୍ଟ ଏବଂ କଳା ପ୍ୟାଣ୍ଟ ସହ ସବୁଜ ରଂଗର କୋଟ୍ ଏବଂ ଟାଇ ପିନ୍ଧିଥିଲେ । ସିଦ୍ଧାର୍ଥ ମାଲ୍ୟାଙ୍କ ଜନ୍ମ ଲସ୍ ଏଞ୍ଜେଲ୍ସର କାଲିଫର୍ଣ୍ଣିଆରେ ହୋଇଥିବାବେଳେ ଲଣ୍ଡନ ଏବଂ ୟୁଏଇରେ ଲାଳନ ପାଳନ ହୋଇଥିଲା । ସେ ୱେଲିଙ୍ଗଟନ୍ କଲେଜ ଏବଂ କ୍ୱୀନ୍ ମେରୀ ବିଶ୍ୱବିଦ୍ୟାଳୟ ଲଣ୍ଡନରୁ ଅଧ୍ୟୟନ ଶେଷ କରିଥିଲେ । ଏହା ପରେ ସେ ରୟାଲ ସେଣ୍ଟ୍ରାଲ ସ୍କୁଲ ଅଫ୍ ସ୍ପୀଚ୍ ଆଣ୍ଡ୍ ଡ୍ରାମାରେ ଅଡମିଶନ୍ କରିଥିଲେ । ଏହା ପରେ ଜଣେ ମଡେଲ ଏବଂ ଅଭିନେତା ଭାବରେ କ୍ୟାରିୟର ଆରମ୍ଭ କରିଥିଲେ । ସେହିପରି ଜସ୍ମିନ ହେଉଛନ୍ତି ହ୍ୟାରି ପର୍ଟରଙ୍କ ଜଣେ ବଡ଼ ଫ୍ୟାନ୍ । ତାଙ୍କୁ ଖାଇବା ଏବଂ ଭ୍ରମଣର ସଉକ ଅଛି ।

Get real time updates directly on you device, subscribe now.