ମିଛରେ ୧୦୮ ଆମ୍ବୁଲାନ୍ସ ଡକାଇବା ପଡିଲା ମହଙ୍ଗା, ଯୁବକଙ୍କ କାଣ୍ଡ ପାଇଁ ଆଉ ଗାଁକୁ ଆସୁନି ଆମ୍ବୁଲାନ୍ସ

ଅନୁଗୁଳ: ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାପାଇଁ ମିଛରେ ଆମ୍ବୁଲାନ୍ସ ଡକାଇ ପୋଲିସ ହାତରେ ହେଲେ ବନ୍ଧା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସୁଶୁବା ଗ୍ରାମପଞ୍ଚାୟତ ପୋଡାଗଡ଼ ଗାଁରୋ

ସୂଚନାରୁ ପ୍ରକାଶ ପୋଡାଗଡ଼ ଗ୍ରାମର ସଞ୍ଜୟ ବେହେରାଙ୍କ ସହିତ ପଡୋଶୀ ଗୋବିନ୍ଦ ଦାସ ନିଜର ପୁରୁଣା ଶତୃତାକୁ କେନ୍ଦ୍ରକରି ଆଠବର୍ଷ ହେଲା ବାରମ୍ବାର ମିଛରେ ଫୋନ କଲ୍ କରି ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଡକାଇ ଆସୁଥିଲେ।

ଗୋବିନ୍ଦ ଦାସ ଓରଫ୍ ପବନାଙ୍କ ମନର ରାଗ ଶାନ୍ତ ନହେବାରୁ ସେ ସୋସିଆଲ ମିଡିଆରେ ସଞ୍ଜୟଙ୍କ ଝିଅଙ୍କନାମରେ ବାରମ୍ବାର ଅଶ୍ଳୀଳ ଲେଖା ଛାଡିବା ଆରମ୍ଭ କରି ବଦନାମ କରିବାକୁ ଚେଷ୍ଟା କରୁଥିଲେ ।

ସଞ୍ଜୟଙ୍କ ଝିଅ ଅବିବାହିତା ଏବଂ କଲେଜରେ ପଢୁଥିବାବେଳେ, ଗର୍ଭବତୀ ଥିବା କହି ସରକାରଙ୍କର ଆମ୍ବୁଲାନ୍ସ ସେବାକୁ ଫୋନକରି ବାରମ୍ବାର ଆମ୍ବୁଲାନ୍ସ ଡକାଇ ହଇରାଣ କରୁଥିଲେ।

ବାରମ୍ବାର ଆମ୍ବୁଲାନ୍ସ ଆସି ରୋଗୀ ନନେଇ ଫେରିବା ହେତୁ ପୋଡାଗଡ଼ ଗ୍ରାମକୁ ଆମ୍ବୁଲାନ୍ସ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା ।

ପୋଲିସ ସହାୟତା: ସଞ୍ଜୟ ବେହେରା ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କ ସ୍ତ୍ରୀ କୁନି ବେହେରା ନିଜ ଝିଅ ନାମରେ ହେଉଥିବା ବଦନାମୀ ସହିନପାରି ପୋଲିସର ସହାୟତା ଲୋଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲୋ ଏଥିପାଇଁ ସେ ରେଙ୍ଗାଳି ପୋଲିସ ଷ୍ଟେସନ ଗୋବିନ୍ଦ ଦାସଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।

ଗୋବିନ୍ଦ ଦାସ କିଏ?

ନ୍ୟାସନାଲ ୟୁନିଭର୍ସିଟି , ତିରୁପତି ଠାରେ ସଂସ୍କୃତରେ ଚଏ କରୁଛନ୍ତିା ସେଠରେ ରହି ସେ ଏଭଳି କୁଚକ୍ରାନ୍ତ ଚଳାଉଥିଲୋ ଏପଟେ ପୋଲିସ ସମସ୍ତ ତଥ୍ୟ ସଂଗ୍ରହ କରୁଥିବାବେଳେ ଗୋବିନ୍ଦ ଦାସ ଗ୍ରାମକୁ ଆସିଥିବାର ଖବର ପାଇ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟଣାରେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ ଗୋବିନ୍ଦ । ନିଜକୁ ଅତି ଚାଲାକ ଦର୍ଶାଉଥିବା ଗୋବିନ୍ଦ ନିଜର ମୂର୍ଖତା ପାଇଁ ପୋଡ଼ାଗଡ଼ ଗ୍ରାମବାସୀଙ୍କୁ ହଇରାଣରେ ପକାଇଛନ୍ତିା

ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଆମ୍ବୁଲାନ୍ସ ସେବାରୁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିତ ରହିବେ ଗ୍ରାମବାସୀା