fbpx

ପ୍ୟାରିସ୍ ଅଲିମ୍ପିକ୍ସ ପରେ ଭାରତ ଆସିଲେ ଭିନେଶ ଫୋଗାଟ; ସ୍ୱାଗତ କଲେ ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ 

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ଭିନେଶ ଫୋଗାଟ। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭିନେଶ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ଏହି ଅବସରରେ ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ ଏବଂ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ହରିୟାଣା କଂଗ୍ରେସ ନେତା ତଥା ସାଂସଦ ଦୀପେନ୍ଦ୍ର ହୁଡା ଭିନେଶଙ୍କୁ ସ୍ୱାଗତ କରିବାକୁ ପହଞ୍ଚିଥିଲେ। ଭିନେଶ ବିମାନ ବନ୍ଦରରେ ଓହ୍ଲାଇବାର କିଛି ସମୟ ପୂର୍ବରୁ ତାଙ୍କ ମା’ ପ୍ରେମଲତା କହିଥିଲେ, “ସମସ୍ତ ଗାଁ ଏକାଠି ଅଛି ଏବଂ ସମସ୍ତେ ଅପେକ୍ଷା କରିଛନ୍ତି।

ସେଠାରେ ପହଞ୍ଚିବା ପରେ ପ୍ରଥମେ ମିଠା ଖାଇବାକୁ ଦେଇ ସମ୍ମାନ କରିବା। ଖାଇବା ପାଇଁ ମିଠା ହାଲୁଆ ପ୍ରସ୍ତୁତ କରିଛି । ମୋ ଝିଅ (ଭିନେଶ ଫୋଗାଟ) ଜଣେ ଚାମ୍ପିୟନ। ସେ ଜଣେ ସ୍ୱର୍ଣ୍ଣ ପଦକ ଦାବିଦାର ଥିଲା। କିନ୍ତୁ ଏବେ ତାଠାରୁ ବଡ଼ ସମ୍ମାନ ରହିଛି।” ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା କୁସ୍ତିର ଫାଇନାଲ ମ୍ୟାଚ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭିନେଶ ଫୋଗାଟ୍ । ଏପରି କରିବାରେ ସେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ହୋଇଛି।

ଏହା ସହ ଭିନେଶଙ୍କ ରୌପ୍ୟ ପଦକ ମଧ୍ୟ ନିଶ୍ଚିତ ହୋଇଥିଲା। ତେବେ ଫାଇନାଲ ମୁକାବିଲା ପୂର୍ବରୁ ତାଙ୍କ ଓଜନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଥିବା ଜଣାପଡ଼ିବା ରୁ ତାଙ୍କୁ ପ୍ରତିଯୋଗିତା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନରେ ଆବେଦନ ମଧ୍ୟ ହୋଇଥିଲା। କିନ୍ତୁ କୋର୍ଟ ସେହି ଆବେଦନକୁ ଖାରଜ କରିଦେଇଥିଲେ।

Get real time updates directly on you device, subscribe now.