‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ହେଉଛି ଅତ୍ୟାଚାର, ମହିଳାଙ୍କୁ ଗାଧୋଇଦେଲା ବେଳେ Private Partରେ ମାରୁଥିଲେ ହାତ

ସମ୍ବଲପୁର : ସମ୍ବଲପୁର ସହର ସ୍ଥିତ ଆଦର୍ଶ ଶିଶୁମନ୍ଦିର ପରିଚାଳିତ ‘ସମର୍ଥ’ରେ ଅନ୍ତେବାସୀଙ୍କ ପ୍ରତି ନିର୍ୟାତନାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସମାଜସେବା ନାମରେ ଏହାର ପରିଚାଳକ ହରୀଶ ଦାଶଙ୍କ ମାନସିକ ରୋଗୀଙ୍କ ପ୍ରତି ଏଭଳି ନିର୍ଦ୍ଦୟ ବ୍ୟବହାରର ଭିଡିଓ ଯିଏ ଦେଖୁଛି ବିଚଳିତ ହୋଇପଡ଼ୁଛି। ଆଉ ଏକ ଭିଡିଓରେ ମହିଳା ଅନ୍ତେବାସୀଙ୍କୁ ପୁରୁଷ ପରିଚାଳକ ଗାଧୋଇ ଦେଉଥିବା, ତାଙ୍କ ଗୋପନୀୟ ଅଙ୍ଗ ସ୍ପର୍ଶ କରୁଥିବା ଦେଖାଯାଉଛି। ଏ ସଂକ୍ରାନ୍ତରେ ସୂଚନା ମିଳିବା ପରେ ପୋଲିସ ସଂସ୍ଥା ଉପରେ ଚଢ଼ଉ କରିବା ସହିତ ଅନ୍ତେବାସୀଙ୍କୁ ପଚରାଉଚରା କରିଛି।

ଚଢ଼ଉ: ମାଜିକ ସୁରକ୍ଷା ଅଧିକାରୀ ଥବିର ମହାନନ୍ଦ ଘଟଣାସ୍ଥଳ ପରିଦର୍ଶନ କରି ପରିଚାଳକ ଆଦର୍ଶ ଶିଶୁମନ୍ଦିରର ହରୀଶ ଦାଶଙ୍କ ବିରୋଧରେ ଏତଲା ଦେଇଥିବା ଜଣାଇଛନ୍ତି। ‘ସମର୍ଥ’କୁ ବନ୍ଦ କରିଦିଆଯିବା ସହିତ ଏଠାରେ ରହୁଥିବା ୪୧ ଅନ୍ତେବାସୀଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଏହି ଘଟଣାରେ ହରୀଶଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଏହି ଚଢ଼ଉ ସମୟରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ।

ନିର୍ୟାତନା:ସମ୍ବଲପୁର ଜିଲ୍ଲାରେ ମାନସିକ ରୋଗୀଙ୍କ ଥଇଥାନ ପାଇଁ ରହିଛି ସ୍ବେଚ୍ଛାସେବୀ ସଙ୍ଗଠନ ‘ସମର୍ଥ’। ୨୦୧୯ ମସିହାରୁ ଏଠାରେ ବିଭିନ୍ନ ସ୍ଥାନରୁ ଉଦ୍ଧାର ଅପରିଚିତ ମାନସିକ ରୋଗୀଙ୍କୁ ଥଇଥାନ କରାଯାଇଆସୁଛି। ସାମାଜିକ ସୁରକ୍ଷା ବିଭାଗର ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାରେ ଠିକଣା ହରାଇ ବୁଲୁଥିବା ମାନସିକ ରୋଗୀଙ୍କୁ ଏଠାରେ ଥଇଥାନ କରାଯାଏ।

କିଛି ବ୍ୟକ୍ତି ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ରୋଗୀ ରହିଛନ୍ତି। ବର୍ତ୍ତମାନ ଏଠାରେ ସମୁଦାୟ ୪୧ ଅନ୍ତେବାସୀ ରହୁଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା ହେଉଛି ୧୯। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨୦୨୩ ମସିହାରୁ ଏହି ସଂସ୍ଥାକୁ ୨୪ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଥିଲା। ଡିଏସ୍‌ଓ କହିଛନ୍ତି, ମା଼ରପିଟ ନେଇ ତାଙ୍କ ପାଖରେ ପୂର୍ବରୁ ସୂଚନା ନଥିଲା। କିନ୍ତୁ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ସେମାନଙ୍କୁ ରଖାଯାଉଥିବା ନେଇ ରିପୋର୍ଟ ଦାଖଲ କରିଥିଯାଇଥିଲା ।