(ଭିଡ଼ିଓ) ଅଜଗରକୁ ଧରିବା ପଡ଼ିଲା ଭାରି, ସାପ ହଠାତ ବୁଲିପଡ଼ି…, ଲୋମ ଟାଙ୍କୁରା ଘଟଣା

ଅଜଗରକୁ ଧରିବା ପଡିଲା ଭାରି, ଅଳ୍ପକେ ବଞ୍ଚିଲେ ଯୁବକ

ଓଡିଶା ଭାସ୍କର: ଅଜଗରକୁ ଧରିବା ପଡିଲା ଭାରି, ଅଳ୍ପକେ ବଞ୍ଚିଲେ ଯୁବକ। ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲା ମାତ୍ରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ।

 

View this post on Instagram

 

A post shared by Kev Pav (@snakeaholic)

ଭିଡିଓରେ ଦେଖାଯାଉଛି ଯେ, ଯୁବକ ଜଣଙ୍କ ଅଜଗରକୁ ନିୟନ୍ତ୍ରଣ କରିବା ପାଇଁ ତା’ର ମୁଣ୍ଡ ଧରିବାକୁ ଚେଷ୍ଟା କରୁଥିଲେ। ଠିକ ସେତିକିବେଳେ ଅଜଗର ତାଙ୍କ ଉପରେ ଆକ୍ରମଣ କରିଥିଲା। ସାପଟି ତାଙ୍କ ଗୋଡ଼ରେ ଗୁଡେଇ ହୋଇ ତାଙ୍କ ମୁହଁକୁ କାମୁଡ଼ିବାକୁ ଫଣା ଟେକିଥିଲା।

ଏହି ଘଟଣା ସମୟରେ ପାଖରେ ଥିବା ଲୋକେ ଦେଖି ଡରିଯାଇଥିଲେ କିନ୍ତୁ ଯୁବକ ଜଣଙ୍କ ଅଜଗର କବଳରେ ଥିବା ସତ୍ତ୍ୱେ ମଧ୍ୟ ସେ ହସୁଥିଲେ। ଏହି ଭିଡିଓ କେଭ ନିଜେ ହିଁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

କ୍ୟାପସନରେ ଲେଖିଛନ୍ତି, ‘ ଯାହା ସହିତ ଅଭ୍ୟସ୍ତ ତା ସହ ହିଁ ଲାଗିବା ଉଚିତ, ସେ ପୁଣି ସାବଧାନତାର ସହ। ନଚେତ ଟିକିଏ ଅସାବଧାନତା ପାଇଁ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ରହିଥାଏ। ଯଦି ମୁଁ ସାପକୁ ସଠିକ୍ ଭାବରେ ଧରି ନଥାନ୍ତି, ତେବେ ଏହା ମୋ ମୁହଁକୁ କାମୁଡ଼ି ଦେଇଥାନ୍ତା!’

ଏହି ଭିଡ଼ିଓଟିକୁ 29 ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ 48 ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି। କେବଳ ସେତିକି ନୁହେଁ, ଏଥିରେ 1200 ରୁ ଅଧିକ କମେଣ୍ଟ ମଧ୍ୟ ଆସିଛି।