fbpx

ଷଣ୍ଢ ସହ ଲଢ଼ିବାକୁ ଚେଷ୍ଟାକରୁଥିଲେ ମଦ୍ୟପ ବ୍ୟକ୍ତି, ତାପରେ କ’ଣ ହେଲା ନିଜ ଆଖିରେ ଦେଖନ୍ତୁ….

Advertisement

ଓଡିଶା ଭାସ୍କର; ଆମେ ଭାବି ନ ପାରୁଥିବା ଭିଡିଓ ବି ସବୁ ଆଜିକାଲି ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ବେଳେ ବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ଯେ, ଯାହାକୁ ଦେଖି ଆମେ ହସିବା ନା ଦୁଃଖ କରିବା ତାହା ଭାବିପାରନ୍ତି ନାହିଁ । ଥରେ କିମ୍ବା ଦୁଇ ଥର ନୁହେଁ ବରଂ ପ୍ରତ୍ୟେକ ଦିନ ଏଭଳି ସମାନ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଏହିପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖି ଆପଣ ହସିବେ ନା ଚିନ୍ତା ପ୍ରକଟ କରିବେ ସେନେଇ ଦ୍ୱନ୍ଦ୍ୱରେ ପଡିଯିବେ ।

ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ଷଣ୍ଢ ପାଖରେ ଜଣେ ମଦ୍ୟପ ବ୍ୟକ୍ତି ଛିଡା ହୋଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଏତେ ନିଶାରେ ଅଛନ୍ତି ଯେ, ଦୁଇ ହାତେ ରାସ୍ତା ଚାଲିବା ତାଙ୍କ ପକ୍ଷେ ଆଉ ସମ୍ଭବପର ନୁହେଁ । ଅଧିକରୁ ଅଧିକ ନିଶା ହେବା ଫଳରେ ସେ କଣ କରୁଛନ୍ତି ଓ ଆଗକୁ କଣ କରିବେ ତାହା ବି ଜାଣି ପାରୁନାହାନ୍ତି । ଫଳରେ ପାଖରେ ଥିବା ଷଣ୍ଢ ସହ ଲଢ଼ିବାକୁ ସେ ଚେଷ୍ଟା କରୁଛନ୍ତି । ଷଣ୍ଢର ସିଂଘ ଧରି ତାହା ସହ ନିଜ ବଳ ପରୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହାକୁ ନେଇ ସେ ସେହି ଷଣ୍ଢର ସିଂଘ ଦୁଇଟାକୁ ଧରିବା ପାଇଁ ଏକାଧିକ ଥର ପ୍ରୟାସ କରୁଛନ୍ତି ।

ବାରମ୍ବାର ଷଣ୍ଢଟି ସାଧାରଣ ଭାବେ ମୁଣ୍ଡ ହଲାଇ ଧୀରେ ସୁସ୍ଥେ ଉକ୍ତ ସ୍ଥାନରେ ଛିଡା ହେବାକୁ ଚେଷ୍ଟା କରୁଛି । ମାତ୍ର ମଦ୍ୟପ ବ୍ୟକ୍ତି ଜଣଙ୍କ ଷଣ୍ଢଟିକୁ ଶାନ୍ତିରେ ବି ଛିଡା କରେଇ ଦେଉନାହାନ୍ତି । ଶେଷରେ ଷଣ୍ଢଟି ବାଧ୍ୟ ହୋଇ ମଦ୍ୟପ ବ୍ୟକ୍ତି ଜଣଙ୍କୁ ନିଜର ବଳ ପ୍ରଦର୍ଶନ କରିଛି । ଏକାଥରେ ନିଜ ସିଂଘରେ ବୁଲାଇ ମଦୁଆ ଜଣକୁ ଫୋପାଡ଼ି ଦେଲା ଯେ, ଗୋଟିଏ ଭୁଷାରେ ମଦୁଆର ମଦ ନିଶା ଛାଡି ଗଲା । ରାସ୍ତା ଉପରେ କଚାଡି ହେବା ପରେ ପେଟକୁ ଆଉଁଶି ଆଉଁଶି ଷଣ୍ଢ ପାଖରୁ ଦୁରେଇ ଯାଇଛନ୍ତି । ନିଶା ଛାଡି ଯିବା ପରେ ଆଉ ଭୁଲରେ ବି ଷଣ୍ଢ ପାଖକୁ ଆସିବା କଥା ଭାବି ନାହାନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଅନେକ ଜଣ ଏହି ଭିଡିଓ ଦେଖି ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ଦେବା ସହ ଲାଇକ୍ ଓ ସେୟାର କରିବାରେ ଲାଗିଛନ୍ତି । ତେବେ ସଭ୍ୟ ସମାଜରେ ଏଭଳି ଘଟଣା ଦେଖା ଦେବା ଅତ୍ୟନ୍ତ ଚିନ୍ତାଜନକ ।

 

Get real time updates directly on you device, subscribe now.