fbpx

IND vs ENG; ବିରାଟ ଖେଳିବେନି ଟେଷ୍ଟ ସିରିଜର ୨ଟି ମ୍ୟାଚ: ଟିମ ଇଣ୍ଡିଆକୁ ଶକ୍ତ ଝଟକା

Advertisement

ନୂଆଦିଲ୍ଲୀ: ଜାନୁୟାରୀ ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଦଳ ଘୋଷଣା ହୋଇସାରିଛି । କିନ୍ତୁ ମ୍ୟାଚ ପାଇଁ ଆଉ ୨ ଦିନ ବାକି ଥିବା ବେଳେ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରେ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଖେଳିବେ ନାହିଁ ବୋଲି ଜାଣିବାକୁ ମିଳିଛି । ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨ଟି ମ୍ୟାଚ ପାଇଁ ବିରାଟ ଉପଲବ୍ଧ ରହିବେ ନାହିଁ ବୋଲି ସୂଚନା ଦେଇଛି ଭାରତୀୟ କ୍ରିକେଟ ବୋର୍ଡ ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ନିଜର ବ୍ୟକ୍ତିଗତ କାରଣରୁ ସେ ଏହି ୨ଟି ମ୍ୟାଚ ପାଇଁ ଦଳରୁ ଦୂରେଇ ରହିଛନ୍ତି । ଏଥିପାଇଁ ସେ ଅଧିନାୟକ ରୋହିତ, ଟିମ ମ୍ୟାନେଜମେଣ୍ଟ ଏବଂ ଚୟନକର୍ତ୍ତାଙ୍କ ସହ ଆଲୋଚନା କରି ଅନୁମତି ମାଗିଥିଲେ । ଦେଶର ପ୍ରତିନିଧିତ୍ୱ କରିବା ସର୍ବଦା ତାଙ୍କ ପାଇଁ ପ୍ରାଥମିକତା ରହିଛି । କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁଁ ଏହି ଦୁଇଟି ମ୍ୟାଚରେ ସେ ଖେଳିପାରିବେ ନାହିଁ ବୋଲି ବୋର୍ଡକୁ ଦର୍ଶାଇଥିଲେ । ତେବେ ବୋର୍ଡ ଏବଂ ଟିମ ମ୍ୟାନେଜମେଣ୍ଟ ବିରାଟଙ୍କ ଏହି ଅନୁରୋଧକୁ ସମର୍ଥନ ଜଣାଇଛନ୍ତି । ଏହାପରେ ବିରାଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଅନୁପସ୍ଥିତ ରହିବେ ବୋଲି ଘୋଷଣା ହୋଇଛି ।

ତେବେ ଏ ନେଇ ବିସିସିଆଇ କହିଛି ଯେ, ମିଡିଆ ଏବଂ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ବିରାଟଙ୍କ ପ୍ରାଇଭେସୀକୁ ସମ୍ମାନ କରନ୍ତୁ । କୋହଲିଙ୍କ ବ୍ୟକ୍ତିଗତ କାରଣଗୁଡ଼ିକୁ ନେଇ ଅଟକଳ ନ ଲଗାଇବାକୁ ଅନୁରୋଧ କରିଛି କ୍ରିକେଟ ବୋର୍ଡ । ଆଗାମୀ ଟେଷ୍ଟ ସିରିଜରେ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଖୁବଶୀଘ୍ର ପ୍ରଥମ ୨ଟି ମ୍ୟାଚ ପାଇଁ ବିରାଟ କୋହଲିଙ୍କ ବଦଳରେ ଆଉ ଜଣେ ଖେଳାଳିଙ୍କ ନାଁ ଘୋଷଣା କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି ।

Get real time updates directly on you device, subscribe now.