fbpx

ଶରୀରରେ ଭିଟାମିନ୍‌ ‘ଡି’ର ଅଭାବ ବ୍ଲାଡର କ୍ୟାନ୍ସରର କାରଣ: ଗବେଷଣାରୁ ଖୁଲାସା

ଆମ ଶରୀରରେ ଭିଟାମିନ୍‌ ‘ଡି’ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଏହା ଅସ୍ଥିକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏହାବ୍ୟତୀତ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରେ। ହେଲେ ଏହାର ଅଭାବରେ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି।

ଏ ନେଇ ସତର୍କ କରାଇ ଦେଇଛନ୍ତି ଟୋକିଓ ୟୁନିଭର୍ସିଟିର କ୍ୟାନ୍‌ସର ବିଶେଷଜ୍ଞମାନେ। ଏକ ସଦ୍ୟତମ ଗବେଷଣାରୁ ସେମାନେ ଜାଣିପାରିଛନ୍ତି ଯେ, ଯଦି ଆମ ଶରୀରରେ ଭିଟାମିନ୍‌ ‘ଡି’ର ଅଭାବ ପରିଲକ୍ଷିତ ହେଲା, ତେବେ ତାହା କେତେକାଂଶରେ ବ୍ଳାଡର କ୍ୟାନ୍‌ସରର କାରଣ ସାଜିଥାଏ।

ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭିଟାମିନ୍‌ ‘ଡି’ର ଅଭାବ ହେଲେ ତାହାଦ୍ୱାରା କେତେକ କୋଷ ଦୁର୍ବଳ ହୋଇଯାଇଥାଏ। ଫଳରେ କ୍ୟାନ୍‌ସର ଜୀବାଣୁ ସେହି ଦୁର୍ବଳ କୋଷରେ ନିଜର ଆସ୍ଥାନକୁ ଦୃଢ଼ କରିଥାଆନ୍ତି। ତେଣୁ ଶରୀରରେ ଏହି ଭିଟାମିନ୍‌ ପରିମାଣ ଯେପରି ସନ୍ତୁଳିତ ରହେ, ସେ ନେଇ ସତର୍କ ରହବା ଆବଶ୍ୟକ।

Get real time updates directly on you device, subscribe now.