BIG BREAKING…ଦିଲ୍ଲୀ ପଳାଇଗଲେ ଭିକେ ପାଣ୍ଡିଆନ୍‌!; ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଜୁନ୍ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପରେ ସମସ୍ତେ ଏକ ପ୍ରକାରର ସ୍ତବ୍ଦ ହୋଇ ଯ଼ାଇଛନ୍ତି ।  ଏହାରି ଭିତରେ ଦେଖିବାକୁ ଗଲେ ବିଜେଡି ଏଭଳି ହାରିବା ଦେଖି ଭିକେ ପାଣ୍ଡିଆନଙ୍କୁ ଏକ ବଡ଼ ଝଟକା ଲାଗିଛି । ସେପଟେ ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି। ତେବେ ଚଳିତ ନିର୍ବାଚନରେ ହାରିବାର ମୁଖ୍ୟ କାରଣ ଭି.କେ ପାଣ୍ଡିଆନ ନେଇ ଏବେ ଚାରିଅଡ଼େ ଚର୍ଚ୍ଚା ଜୋର ଧରିଛି ।

ପରାଜୟ ପରେ ପାଣ୍ଡିଆନଙ୍କର ଦେଖା ମିଳୁନଥିବା ବେଳେ ଏବେ ଦିଲ୍ଲୀ ପଳାଇଯାଇଥିବା ସୂଚନା ମିଳିଛି । ଗତକାଲି ସଂଧ୍ୟାରେ ଦିଲ୍ଲୀ ଯାଇଥିବା ରହିଛି ସୂଚନା । ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବାର ମିଳିଛି ସୂଚନା । ତେବେ ସେ କେଉଁ କାରଣ ପାଇଁ ଦିଲ୍ଲୀ ଯାଇଛନ୍ତି ତାହା ଏବେ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.