fbpx

ଭୋଟ ଦିଅନ୍ତୁ ଏବଂ ଉପମା ଜିଲାପି ଖାଆନ୍ତୁ , ଇନ୍ଦୋରରେ ଭୋଟ ପାଇଁ ଅଜବ ବ୍ୟବସ୍ଥା

ଇନ୍ଦୋର : ମଧ୍ୟପ୍ରଦେଶରେ ନିର୍ବାଚନ ଆରମ୍ଭ ହୋଇସାରିଛି । ଏଠାରେ ୧୭ ନଭେମ୍ବରରେ ଭୋଟ ପକ୍ରିୟା ଆରମ୍ଭ ହେବ । ନିର୍ବାଚନ ଆୟୋଗ ଅନୁସାରେ ଏଠାରେ ଶତ ପ୍ରତିଶତ ମତଦାନ ହେଉ । ଏହି କ୍ରମରେ ଦେଶର ସବୁଠାରୁ କ୍ଲିନ ସିଟି ଇନ୍ଦୋରରେ ପ୍ରଶିଦ୍ଧ ଚାଟ ଦୋକାନୀମାନେ ଏକ ଅଜବ ନିଷ୍ପତି ନେଇଛନ୍ତି । ଦୋକାନୀ ମାନଙ୍କ କହିବା ଅନୁଶାରେ ମତଦାନ ଦିନ ଯେଉଁମାନେ ୧୭ ନମ୍ବର ବୁଥରେ ଭୋଟ ଦାନ କରିବେ ସେମାନ ସମସ୍ତଙ୍କୁ ଚୁଡା ଉପମା ଏବଂ ଜିଲାପି ମାଗଣାରେ ଦିଆଯିବ । ତେବେ ଦୋକାନୀମାନେ ସେଠାରେ ଲୋକମାନଙ୍କ ଆଙ୍ଗୁଠିରେ ଲାଗିଥିବା ସାହି ଚିହ୍ନକୁ ଦେଖି ସେମାନଙ୍କୁ ଉପମା ଜିଲାପି ଦେବେ । ତେବେ ଦୋକାନୀ ମହାସଙ୍ଘର ଅଧ୍ୟକ୍ଷ କହିଛନ୍ତି । ୧୭ ନଭେମ୍ବର ସକାଳ ୯ଟା ପର୍ଯ୍ୟନ୍ତ ମାଗଣାରେ ଉପମା ଜିଲାପି ମିଳିବ ଏବଂ ଏହା ପରେ ଦିନ ସାରା ୧୦ ପ୍ରତିଶତର ଡିସକାଉଣ୍ଟ ଦିଆଯିବ ।

ଖାଦ୍ୟ ନିରାପତ୍ତା ନିୟାମକ ଅଫ୍ ଇଣ୍ଡିଆ (FSSAI) ସଂପୃକ୍ତ ପାରାମିଟରଗୁଡିକ ପୂରଣ ହେତୁ ୫୬ ଦୋକାନକୁ କ୍ଲିନ୍ ଷ୍ଟ୍ରିଟ୍ ଫୁଡ୍ ହବ୍ ମାନ୍ୟତା ଦେଇଛି | ଏହି ଚାଟ ପାଇଁ ସପ୍ତାହ ଶେଷରେ ବହୁତ ଭିଡ ହୋଇଥାଏ | ବିଧାନସଭା ନିର୍ବାଚନର ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବା ସହିତ ୫୬ ଟି ଦୋକାନରେ ଦିଆଯାଉଥିବା ସୁସ୍ୱାଦୁ ଖାଦ୍ୟ ସହିତ ନିର୍ବାଚନ ପ୍ରସଙ୍ଗରେ ଅନେକ ଆଲୋଚନା ହେଉଛି। ସ୍ଥାନୀୟ ଭୋଟର ବିଶ୍ୱାସ କରନ୍ତି ସହରରେ ଖରାପ ଟ୍ରାଫିକ ବ୍ୟବସ୍ଥା ରହିଛି । ଏହାକୁ ଠିକ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା । ଏଥିପାଇଁ ରାଜ୍ୟ ସରକାର ଚିନ୍ତା କରିବା କଥା ।

Get real time updates directly on you device, subscribe now.