ପଛକୁ ଚାଲିବା ଦ୍ଵାରା ସ୍ୱାସ୍ଥ୍ୟକୁ ମିଳଥାଏ ଚମତ୍କାର ଲାଭ, ଜାଣନ୍ତୁ କ’ଣ

ପଛୁଆ ଚାଲିବା ମସ୍ତିଷ୍କ ଓ ହାର୍ଟ ପାଇଁ ଭଲ । ବିଶେଷଜ୍ଞମାନେ ଏହାକୁ ଅତି ହିତକର ବ୍ୟାୟାମ ବୋଲି କୁହନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ୧୦୦ ପାଦ ପଛୁଆ ଚାଲିବା ୧୦୦୦ ପାଦ ଆଗକୁ ଚାଲିବା ସହ ସମାନ ବୋଲି ପ୍ରମାଣିତ କରିଛନ୍ତି ।

ଏହାକୁ ରୋଟ୍ରୋ ୱାକିଂ କୁହାଯାଏ । ପଛୁଆ ଚାଲିବା ଦ୍ୱାରା ଆମ ହାର୍ଟର କାର୍ଯ୍ୟଦକ୍ଷତା ବଢିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଫଳରେ ମସ୍ତିଷ୍କ, ମାଂସପେଶୀ ଓ ଅନ୍ୟ ଅଙ୍ଗକୁ ଅଧିକ ପରିମାଣର ଅମ୍ଳଜାନ ମିଳିଥାଏ । ଏଥିସହ ଆଣ୍ଠୁ ଦରଜ ମଧ୍ୟ କମ୍ ହୋଇଥାଏ ।

ନ୍ୟୁରୋସାଇନ୍ସ ଇନଷ୍ଟିଚ୍ୟୁଟର ଜଣେ ଗବେଷକଙ୍କ ଅନୁସାରେ , ପଛୁଆ ଚାଲିବା ଦ୍ୱାରା ହାତଗୋଡର ଭାରସାମ୍ୟ ରକ୍ଷା କରିବାର ଦକ୍ଷତା ବଢିଥାଏ । ଏକାଧିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ପଛୁଆ ଚାଲିବା ଦ୍ୱାରା ଆଣ୍ଠୁ ଅଷ୍ଟିଓଆର୍ଥ୍ରାଇଟିସ୍ ରୋଗୀଙ୍କ ଲକ୍ଷଣରେ ସୁଧାର ଆସିଥାଏ ।

ଆଗୁଆ ଚାଲିବା ତୁଳନାରେ ପଛୁଆ ଚାଲିଲେ ଅଧିକ କ୍ୟାଲୋରୀ ଖର୍ଚ୍ଚ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ଶରୀରର ମେଦବହୁଳତା କମ୍ ହୋଇଥାଏ ।

ଆପଣ ମଧ୍ୟ ପ୍ରତିଦିନ ଖାଲି ସମୟ ଦେଖି ପଛୁଆ ଚାଲିବା ଅଭ୍ୟାସ କରନ୍ତୁ , ଆପଣଙ୍କ ମସ୍ତିଷ୍କ ଓ ହାର୍ଟ ସୁସ୍ଥ ରହିବ ।