fbpx

ରେଷ୍ଟୁରାଣ୍ଟ ଯେଉଁଠାରେ ଖାଇବା ପରେ ଚାଟିବାକୁ ପଡ଼େ, କାନ୍ଥ ଜାଣନ୍ତୁ କେଉଁଠି…

ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ଅଛି, ଯାହା ନିଜ ସ୍ୱତନ୍ତ୍ରତାକୁ ନେଇ ପ୍ରସିଦ୍ଧ । ସୁସ୍ୱାଦ୍ୟୁ କିମ୍ବା ଭିନ୍ନ ଖାଦ୍ୟ ହେଉ କିମ୍ବା ହେଉ ଅବା ନିଜର ଭିନ୍ନ କଲଚରକୁ ନେଇ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ଅଜବଗଜବ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକଙ୍କୁ ଖାଦ୍ୟ ଖାଇବା ପରେ ରେଷ୍ଟୁରାଣ୍ଟ କାନ୍ଥକୁ ଚାଟିଥାନ୍ତି । ଆଜ୍ଞା ହଁ ଏହି କଥା ଶୁଣି ଆପଣଙ୍କ ହୁଏତ ଅଜବ ଲାଗିପାରେ, କିନ୍ତୁ ଏହା ସହ । ତେବେ ଆସନ୍ତୁ ଜାଣିବା ଏହି ରେଷ୍ଟୁରାଣ୍ଟ ବିଷୟରେ ।

ଏହି ଅଜବ ରେଷ୍ଟୁରାଣ୍ଟର ଆମେରିକାର ଏରିଜୋନାରେ ରହିଛି । ଏହାର ନାମ ‘ଦ ମିଶନ’ ରେଷ୍ଟୁରାଣ୍ଟ । ଏଠାରେ ଅତିଥି ଖାଇବା ପରେ ରେଷ୍ଟୁରାଣ୍ଟର କାନ୍ଥକୁ ଚାଟିଥା’ନ୍ତି । ଖାଇବା ସହ କାନ୍ଥକୁ ମଧ୍ୟ ଟେଷ୍ଟ କରିଥାନ୍ତି ଲୋକ । ଆଉ ଏଥିପାଇଁ ଏହି ରେଷ୍ଟୁରାଣ୍ଟ ବିଶ୍ୱ ପ୍ରସିଦ୍ଧ । ତେବେ ଏପରି କାହିଁକି କରାଯାଏ ଆସନ୍ତୁ ଜାଣିବା ।

ପ୍ରକୃତରେ ଏହି ରେଷ୍ଟୁରାଣ୍ଟରେ ପିଙ୍କ୍ ହିମାଳୟନ ସଲ୍ଟ ଦ୍ୱାରା ତିଆରି କରାଯାଇଛି । ଏହି ପିଙ୍କ ଲୁଣର ସ୍ୱାଦ ଚାଖିବା ପାଇଁ ଏଠାକୁ ଲୋକେ ଆସିଥାନ୍ତି । ରେଷ୍ଟୁରାଣ୍ଟ କର୍ମଚାରୀ କହିଛନ୍ତି ଯେ ଏହି ଲୁଣ କାନ୍ଥକୁ ଚାଟିବା ଦ୍ୱାରା କୌଣସି ରୋଗ ହେବନାହିଁ କାରଣ ଏହା ସୈନ୍ଦର୍ଭ ଲୁଣରେ ତିଆରି ହୋଇଛି ଏଥିରେ ସ୍ୱଚ୍ଛତା ଗୁଣ ରହିଛି, ଏହା ବ୍ୟତୀତ ରେଷ୍ଟୁରାଣ୍ଟ କର୍ମଚାରୀ ପ୍ରତିଦିନ କାନ୍ଥକୁ ସଫା କରିଥାନ୍ତି ।

Get real time updates directly on you device, subscribe now.