କୁହାଯାଏ କୌଣସି ଅଭ୍ୟାସ ଥରେ ଲାଗିଯାଏ ତାହାଠାରୁ ପିଛା ଛାଡ଼ିବା ବଡ଼ ମୁସ୍କିଲ ହୋଇଯାଏ । ଯଦି ଦୃଢ଼ ଇଚ୍ଛାଶକ୍ତି ଏବଂ ପରିବାର ତଥା ପରିଜନଙ୍କ ସହଯୋଗ ଦ୍ୱାରା ଏହି ନିଶାରୁ ମୁକ୍ତି ମିଳିଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ କିଛି ସହଜ ଉପାୟ ବିଷୟରେ କୁହାଯାଇଛି, ଯାହାକୁ ଆପଣାଇ ଯେକୌଣସି ନିଶା ତ୍ୟାଗ କରିବାରେ ସାହଯ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ସମ୍ବନ୍ଧରେ ।
ଯଦି ବିଳାସ ବ୍ୟସନକୁ ଛାଡ଼ିବାକୁ ଚାହୁଛନ୍ତି ତେବେ ପ୍ରତିଦିନ ସକାଳେ ଉଠିବା ପରେ ନିଜ ଇଷ୍ଟ ଦେବତା/ଦେବୀଙ୍କୁ ସ୍ମରଣ କରନ୍ତୁ । ସୂର୍ଯ୍ୟ ଭଗବାନଙ୍କ ସାମ୍ନାରେ ଗାୟତ୍ରୀ ମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ, କୌଣସି ଗୋଟିଏ ମନ୍ତ୍ର ସ୍ମରଣ କରିପାରିବେ । ଗାଧୋଇବା ପରେ ମଥାରେ ଚନ୍ଦନ କିମ୍ବା କେଶରର ତିଳକ ଲଗାନ୍ତୁ । ସକାଳେ ହନୁମାନ ମନ୍ଦିରକୁ ଯ୍ରାାନ୍ତୁ ଏବଂ ହନୁମାନଙ୍କ ପୂଜା କରନ୍ତୁ । ସିନ୍ଦୂର ଲଗାନ୍ତୁ । ରବିବାର ଆଦିତ୍ୟ ସ୍ତୋତ୍ର ପାଠ କରନ୍ତୁ ।
ଶୁଭ ସମୟରେ ତୁଳସୀ ମାଳା ଧାରଣ କରନ୍ତୁ । ଚାନ୍ଦି କିମ୍ବା ତମ୍ବା ଗ୍ଲାସରେ ପାଣି ପିଅନ୍ତୁ । ବୁଧବାର ଝିଅମାନଙ୍କୁ ସବୁଜ ରଙ୍ଗର ବସ୍ତ୍ର ତଥା ଚୁଡ଼ି ଦାନ କରନ୍ତୁ । ଶିକ୍ଷକ ଏବଂ ପୂଜାରୀଙ୍କୁ ହଳଦିଆ ବସ୍ତ୍ର, ଧାର୍ମିକ ପୁସ୍ତକ, ହଳଦିଆ ରଙ୍ଗର ଖାଦ୍ୟ ପଦାର୍ଥ ଦାନ କରନ୍ତୁ । ଘରେ ସନ୍ଧ୍ୟାରେ ଏବଂ ସକାଳେ କର୍ପୂର ଜଳାନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଗନ୍ଧିତ ବାତାବରଣ ରହିବ ଯାହାଦ୍ୱାରା ସକାରାତ୍ମକତା ଆସିବ ଏବଂ ମନରେ ଖରାପ ବିଚାରରୁ ମୁକ୍ତି ମିଳିବ । ଭୋଜନରେ ତାମସିକ ପଦାର୍ଥ ଖାଆନ୍ତୁ ନାହିଁ ।