fbpx

ପ୍ରଥମ ଇମ୍ପ୍ରେସନ୍ କରିବାକୁ ଚାହୁଁଛନ୍ତି କି ଖାସ୍ ? କରନ୍ତୁ ନାହିଁ ଏହି ଭୁଲ

Advertisement

ଓଡ଼ିଶା ଭାସ୍କର: କଥାରେ ଅଛି ଫାଷ୍ଟ ଇମ୍ପ୍ରେସନ ଇଜ୍ ଦି ଲାଷ୍ଟ ଇମ୍ପ୍ରେସନ । ସାଧାରଣତଃ ଲୋକମାନେ ଏହି ଉକ୍ତିକୁ ଗମ୍ଭୀରତାର ସହ ନେଇଥାନ୍ତି । ଏହାର ଆଧାରରେ ଭବିଷ୍ୟତରେ ସେହି ବ୍ୟକ୍ତିଙ୍କ ସହ ଆପଣଙ୍କ ସମ୍ପର୍କ ନିର୍ଭର କରିଥାଏ । ଆପଣ କାହାକୁ ଡେଟ୍ କରୁଛନ୍ତି, ଅଫିସ୍ ମିଟିଙ୍ଗ୍‌, କାଜୁଆଲ ମିଟିଙ୍ଗ୍‌, ଇଣ୍ଟରଭ୍ୟୁ କିମ୍ବା କୌଣସି ଉତ୍ସବରେ ଆପଣଙ୍କ ଫାଷ୍ଟ ଇମ୍ପ୍ରେସନ୍ ଲୋକଙ୍କୁ ପ୍ରଭାବିତ କରିଥାଏ । ସାମ୍ନା ବ୍ୟକ୍ତିର ମନରେ ଆମ ବିଷୟରେ ଅନେକ ଧାରଣା ସୃଷ୍ଟି ହୋଇଥାଏ । ଅନେକ ସମୟରେ ଆମେ ଅଜଣାତରେ ଏମିତି କିଛି ଭୁଲ କରିଥାଉ ଯଦ୍ୱାରା ଅନ୍ୟମାନଙ୍କ ସାମ୍ନାରେ ଆମର ପ୍ରଥମ ଇମ୍ପ୍ରେସନ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଭୁଲକୁ କିପରି ସୁଧାରି ପାରିବା ।

୧. ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବା ସମୟରେ ବାରମ୍ବାର ଫୋନରେ ବ୍ୟସ୍ତ ରହିବା(ଯେପରି କଲ୍ କରିବା, ମେସେଜ୍ କରିବା, ବାରମ୍ବାର ନୋଟିଫିକେସନ୍ ଦେଖିବା ଇତ୍ୟାଦି) ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ସାମ୍ନା ବ୍ୟକ୍ତି ଅପମାନିତ ଅନୁଭବ କରିଥାଏ । ସେ ଅନୁଭବ କରିଥାନ୍ତି ଯେପରି ଆପଣ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାଁନ୍ତି ।

୨. ଆପଣ କାହା ସହ ପ୍ରଥମ ଥର ପାଇଁ ଭେଟୁଛନ୍ତି ତେବେ ଅଧିକ କଥାବାର୍ତ୍ତା କରିବା ଆଭଏଡ୍ କରନ୍ତୁ । ଏହା ଦ୍ୱାରା ଅନ୍ୟକୁ କଥା କହିବା ପାଇଁ ସୁଯୋଗ ମିଳିନଥାଏ ଏବଂ ଆପଣଙ୍କ ଇମ୍ପ୍ରେସନ ଖରାପ ହୋଇଥାଏ ।

୩. ବ୍ୟକ୍ତିର ବଡି ଲାଙ୍ଗୁଏଜ୍ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ତେଣୁ କଥା ହେବା ସମୟରେ ହାତ ଗୋଡ଼କୁ ସଂଯତରେ ରଖନ୍ତୁ । ନଚେତ ସାମ୍ନା ବ୍ୟକ୍ତି ଅନୁଭବ କରିବେ ଯେ ଆପଣ ତାଙ୍କ ଠାରୁ ବୋର୍ ହୋଇଗଲେ ।

୪. ଅନ୍ୟ ସହ ସବୁବେଳେ ଆଖିରେ ଆଖି ମିଶାଇ କଥାବାର୍ତ୍ତା କରନ୍ତୁ । ଏହା ଆପଣଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସକୁ ଦର୍ଶାଇଥାଏ । ସାମ୍ନା ବ୍ୟକ୍ତିକୁ ନଦେଖି ଏପଟ ସେପଟ ଦେଖି କଥାବାର୍ତ୍ତା ହେଲେ ସେମାନେ ଅସହଜ ଅନୁଭବ କରିଥାନ୍ତି । ଏହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ । ତେଣୁ ସବୁବେଳେ ସ୍ପଷ୍ଟ କଥାବାର୍ତ୍ତା ହେବା ସହ ଆଖିରେ ଆଖି ମିଶାଇ କଥାବାର୍ତ୍ତା କରନ୍ତୁ । ଏହା ଏକ ଭଲ ଅଭ୍ୟାସ ଅଟେ ।

୫. ଚେହେରାରେ ହାଲୁକା ହସ ସହ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହା ଦ୍ୱାରା ସେମାନେ ନର୍ଭସ ପରିବର୍ତ୍ତେ ସହଜ ଅନୁଭବ କରିଥାନ୍ତି । ସବୁବେଳେ ହସିବା ବି ଏକ ଖରାପ ଅଭ୍ୟାସ । ଏହା ଦ୍ୱାରା ସାମ୍ନା ବ ୍ୟକ୍ତିକୁ ଅନୁଭବ ହୋଇଥାଏ ଯେ ଆପଣ ତାଙ୍କ ମଜାକ ଉଡ଼ାଉଛନ୍ତି ।

୬. କଥାବାର୍ତ୍ତା ହେବାର ଶୈଳୀ ମଧ୍ୟ ଅନେକାଂଶରେ ଆମ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ଅନ୍ୟକୁ ଆଘାତ ଦେଲା ଭଳି ଭାଷା ପ୍ରୟୋଗ କରିବା ଉଚିତ ନୁହେଁ । ଅନ୍ୟକୁ ସମ୍ମାନ ଦେଲେ ପ୍ରତିବଦଳରେ ଅମକୁ ବି ସମ୍ମାନ ମିଳିଥାଏ ।

Get real time updates directly on you device, subscribe now.