fbpx

WATCH: ରାମେଶ୍ୱରମର ‘ଆଙ୍ଗି ତୀର୍ଥ’ ବେଳାଭୂମିରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ଓଡିଶା ଭାସ୍କର: ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ଏହା ସହ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁଙ୍କ ଏହି ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଏବେ ବିଶେଷ ରୀତିନୀତିରେ ରହିଛନ୍ତି। ତେବେ ରାମ ମନ୍ଦିର ସମ୍ବନ୍ଧୀୟ ମୋଦିଙ୍କ ସମସ୍ତ କାର୍ୟ୍ୟକ୍ରମକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଚର୍ଚ୍ଚା ଭିତରେ ମୋଦି ଦେଶର ଅନେକ ମନ୍ଦିର ପରିଦର୍ଶନ କରିବା ସହ ଧାର୍ମିକ କାର୍ୟ୍ୟ କରୁଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ୱରାମର ‘ଆଙ୍ଗି ତୀର୍ଥ’ ବେଳାଭୂମିରେ ଏକ ପବିତ୍ର ବୁଡ଼ ପକାଇଛନ୍ତି। ସମୁଦ୍ରରେ ବୁଡ଼ ପକାଇବା ପରେ ସେ ପ୍ରଭୁ ରାମନାଥସ୍ୱାମୀ ମନ୍ଦିରରେ ପୂଜା କରିଥିଲେ। ରୁଦ୍ରାକ୍ଷ ମାଳା ପିନ୍ଧିଥିବା ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁର ପ୍ରାଚୀନ ଶିବ ମନ୍ଦିର ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାର ଭିଡିଓ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଥାଉକି, ତାମିଲନାଡୁର ରାମନାଥପୁରମ୍ ଜିଲାର ରମେଶ୍ୱରମ୍ ଦ୍ୱୀପରେ ଥିବା ଶିବ ମନ୍ଦିରର ରାମାୟଣ ସହିତ ସଂଯୋଗ ଅଛି, କାରଣ ଏଠାରେ ଥିବା ଶିବ ଲିଙ୍ଗ ଶ୍ରୀ ରାମଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଭଗବାନ ରାମ ଏବଂ ସୀତା ଦେବୀ ଏଠାରେ ପ୍ରାର୍ଥନା କରୁଥିଲେ। ତିରୁଚିରାପଲ୍ଲୀ ଜିଲାର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ବାୟୁସେନା ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ପହଞ୍ଚିଥିଲେ ଏବଂ ଭାଜପା କର୍ମୀ ତଥା ସ୍ଥାନୀୟ ଲୋକେ ଏଠାରେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଏହାପରେ ତାଙ୍କୁ ପୁରୋହିତମାନେ ପାରମ୍ପାରିକ ସମ୍ମାନ ପ୍ରଦାନ କରିଥିଲେ। ସେ ମନ୍ଦିରରେ ଆୟୋଜିତ ଭଜନରେ ମଧ୍ୟ ଭାଗ ନେଇଥିଲେ।

Get real time updates directly on you device, subscribe now.