fbpx

(Video) ସାମ୍ନାକୁ ଆସିଲା ସୋନାକ୍ଷୀ ସିହ୍ନାଙ୍କ ବିବାହର Unseen ଭିଡିଓ, ଅଭିନେତ୍ରୀ କହିଲେ ‘ୟହ ଏକଦମ ସହି ଥା’

Advertisement

ନୂଆଦିଲ୍ଲୀ: ବଲିଉଡ଼ର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନା୩ୀ ସିହ୍ନାଙ୍କ ବିବାହ ୨୩ ଜୁନ ଅଭିନେତା ଜହୀର ଇକବାଲଙ୍କ ସହ ହୋଇଛି । ସେ ସର୍ବ ପ୍ରଥମେ ରେଜିଷ୍ଟର ମ୍ୟାରେଜ କରିଛନ୍ତି । ପରେ ମୁମ୍ବାଇରେ ଏକ ରିସେପ୍ସନ ମଧ୍ୟ ରଖିଥିଲେ, ଯେଉଁଥିରେ ବଲିଉଡର ଅନେକ ବରିଷ୍ଠ କଳାକାର ମଧ୍ୟ ସାମିଲ ହୋଇଥିଲେ । ବର୍ତ୍ତମାନ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସୋନାକ୍ଷୀ ଏହାକୁ ସେୟାର କରିବା ମାତ୍ରେ ତାଙ୍କ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ତାଙ୍କ ରେଜିଷ୍ଟର ମ୍ୟାରେଜ ସମୟର ଅଟେ । ଯେଉଁଥିରେ ସେମାନଙ୍କ ପରିବାର ଏବଂ ଫ୍ରେଣ୍ଡସ୍ ମଧ୍ୟ ନଜର ଆସୁଛନ୍ତି । ଏହି ଭିଡିଓରେ ଆପଣ ସୋନାକ୍ଷୀଙ୍କ ସାଙ୍ଗମାନଙ୍କ ସ୍ୱର ମଧ୍ୟ ଶୁଣିପାରିବେ । ଯେଉଁମାନେ ‘ଜିଜା ଜି ଆ ଗଏ..’ କହି ଚିଲାଉଛନ୍ତି ଏବଂ ସବୁ ଲୋକେ ହସୁଛନ୍ତି ।

 

View this post on Instagram

 

A post shared by Sonakshi Sinha (@aslisona)

ଏହି ଭିଡିଓରେ ଶତ୍ରୁଘ୍ନ ସିହ୍ନା ଏବଂ ପୁନମ ସିହ୍ନା ମଧ୍ୟ ବହୁତ ଖୁସି ଥିବା ନଜର ଆସୁଛନ୍ତି । ଏହାକୁ ସେୟାର କରି ସୋନାକ୍ଷୀ ସିହ୍ନା ଲେଖିଛନ୍ତି ଯେ, ‘ପରିବାର, ସାଙ୍ଗ, ପ୍ରେମ, ହସ, ମହତ୍ତ୍ୱପୂର୍ଣ୍ଣ କମେଣ୍ଟସ, ଏଇଡେ ସିଆଡେ ଦୌଡୁଥିବା ଶିଶୁ, ଖୁସିର ଲୁହ, ଉତ୍ସାହର ସହ ଆଲିଙ୍ଗନ, ମଜା, ଖୁସି, ଭାବନାମାନ ଏବଂ ସବୁଠାରୁ ବଢି କେବଳ ଶୁଦ୍ଧ ଖୁସି, ଏହା ଆମର ଅସ୍ତ-ବ୍ୟସ୍ତ ଛୋଟ ବିବାହର ଘର ଥିଲା.. ଏବଂ ଏହା ସବୁଠାରୁ ଭଲ ଥିଲା.. ଏହା ଆମେ ଥିଲୁ ।’

Get real time updates directly on you device, subscribe now.