ପାଣି ବିଲରୁ ମିଳିଲା ମୁକ୍ତି, ଦେବାକୁ ପଡ଼ିବନି ଟଙ୍କା

ପାଣି ବିଲକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଖୁସି ଖବର, ଆଉ ଦେବାକୁ ପଡ଼ିବନି ଟଙ୍କା, ମାଗଣାରେ ମିଳିବ ପାଣି

ଦିଲ୍ଲୀ: ପାଣି ପାଇଁ ଦେବାକୁ ପଡ଼ିବନି ଟଙ୍କା, ସେଥିପାଇଁ ଦିଲ୍ଲୀ ସରକାର ନେଉଛନ୍ତି ଏଭଳି ପଦକ୍ଷେପ। କୁହାଯାଏ ଜଳ ହିଁ ଜୀବନ, କିନ୍ତୁ ବଡ ବଡ ସହରରେ ଲୋକେ ଏହି ପାଣି ଟିକକ ପାଇଁ ଅନେକ ଟଙ୍କା ଦେଇଥାନ୍ତି। ତେବେ ଆଉ ସେପରି ହେବ ନାହିଁ। ଦିଲ୍ଲୀବାସୀଙ୍କ ପାଇଁ ରେଖା ସରକାର ପାଣି ବିଲ୍ ଛାଡ଼ କରିବାକୁ ଯାଉଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପାଇଁ ଦିଲ୍ଲୀର 27 ଲକ୍ଷ ଗ୍ରାହକଙ୍କ ପାଣି ବିଲ୍ ଛାଡ଼ କରାଯିବ। ଯାହାଦ୍ୱାରା ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗର ଲୋକମାନେ ଉପକୃତ ହେବେ।

ପାଣି ବିଲକୁ ନେଇ ଦିଲ୍ଲୀ ଲୋକେ ବହୁତ ଚିନ୍ତିତ ଥିବାବେଳେ ଦିଲ୍ଲୀ ସରକାର ସେମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଦିଲ୍ଲୀର ରେଖା ଗୁପ୍ତା ସରକାର ଆଗାମୀ କିଛି ଦିନ ମଧ୍ୟରେ ପାଣି ବିଲ୍ ଛାଡ଼ କରିବାକୁ ଯାଉଛନ୍ତି ଯାହା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପ୍ରବେଶ ସିଂହ ବର୍ମା ନିଶ୍ଚିତ କରିଛନ୍ତି। ଏଥିରେ, ବିଲ୍ ଉପରେ ପ୍ରାୟ 80% ରୁ 90% ରିହାତି ଦିଆଯିବ। ଯାହାଦ୍ୱାରା ଦିଲ୍ଲୀର ଗ୍ରାହକମାନଙ୍କୁ ଅଧିକା ଆସୁଥିବା ପାଣି ବିଲ୍ ରୁ ମୁକ୍ତି ମିଳିବ।

ଲୋକଙ୍କ ଅଭିଯୋଗ: ଦିଲ୍ଲୀ ଜଳ ବୋର୍ଡରେ ପ୍ରାୟ ୨୭ ଲକ୍ଷ ଉପଭୋକ୍ତା ଅଛନ୍ତି। ବହୁତ ଆଗରୁ ସେମାନଙ୍କର ଅଭିଯୋଗ ଥିଲା ଯେ, ସେମାନେ ବହୁତ ଅଧିକ ବିଲ ପାଣି ପାଇଁ ଦେଉଛନ୍ତି।

ତଥ୍ୟ ଅନୁସାରେ, ପ୍ରାୟ 16 ଲକ୍ଷ ଲୋକଙ୍କ ପାଖକୁ ଯେତିକି ପାଣି ବିଲ ଆସିବା କଥା ତା ଠାରୁ ଯଥେଷ୍ଟ ଅଧିକ ପାଣି ବିଲ ଆସୁଛି। ଯେଉଁଥିପାଇଁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେମାନଙ୍କ କହିବା ଅନୁସାରେ, କରୋନା ସମୟରେ ପାଣି ବୋର୍ଡ ମିଟର ରିଡିଂ ନେଇ ନଥିଲା। ଯେଉଁଥିପାଇଁ ଏତେ ସବୁ ଅସୁବିଧା ହେଉଛି। 2022 ଅକ୍ଟୋବର-ନଭେମ୍ବର ମଧ୍ୟରେ, ସରକାରଙ୍କୁ ଭୁଲ ପାଣି ବିଲ୍ ବିଷୟରେ 10,000 ରୁ ଅଧିକ ଲୋକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ମିଳିନଥିଲା। ଏବେ କିନ୍ତୁ ଦିଲ୍ଲୀ ସରକାର ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି।