fbpx

ଦିଲ୍ଲୀର ଏହି ଅଞ୍ଚଳରେ ଗୋଟିଏ ସମୟରେ ଆସିବ ପାଣି, ଭିଭିଆଇପି ଏରିୟାରେ ଟ୍ୟାଙ୍କର ମାଧ୍ୟମରେ ହେବ ଜଳ ଯୋଗାଣ

Advertisement

ନୂଆଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମୁଣ୍ଡ ଟେକିଛି ଜଳ ସଂକଟ । ଏଥିପାଇଁ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଲର ଅଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁନିସିପାଲିଟି ପରିଷଦ(NDMC) ଜଳ ଯୋଗାଣ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି ।

ଦିଲ୍ଲୀରେ ଜଳ ସଂକଟରୁ ଅତିଷ୍ଟ ଲୋକମାନେ ମଙ୍ଗଳବାର ରାସ୍ତାରେ ଟ୍ୟାଙ୍କରରୁ ପାଣି ଭର୍ତ୍ତି କରିବା ପାଇଁ ଲମ୍ବା ଧାଡ଼ି କରିଥିବାର ନଜର ଆସିଥିଲେ । ସେମାନେ ହାତରେ ବାଲଟି ଏବଂ ଡବା ଧରି ଦୀର୍ଘ ସମୟ ଧାଡ଼ିରେ ପାନୀୟ ଜଳ ପାଇଁ ଅପେକ୍ଷା କରିଥିଲେ । ଦିଲ୍ଲୀ ମୁନିସିପାଲିଟି ପରିଷଦଙ୍କ କହିବାନୁଯାୟୀ ଭିଭିଆଇପି ଅଞ୍ଚଳରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯିବ । ଦିଲ୍ଲୀ ସ୍ଥିତ ଅଶୋକ ରୋଡ୍, ପୁରାନା କିଲା ରୋଡ୍, ଫିରୋଜ ଶାହ ମାର୍ଗ, ବାବର ରୋଡ୍, ବଙ୍ଗାଲି ମାର୍କେଟ, ବାରାଖମ୍ବା ରୋଡ୍, ହରିଚନ୍ଦ ମାଥୁର ଲେନ୍, କେଜି ମାର୍ଗ, କପରର୍ନିକସ ମାର୍ଗ, ୱଣ୍ଡସର ପ୍ଲେସ୍, କେନିଂ ଲେନ୍, ତିଲକ ରୋଡ୍ ଭିଭିଆଇପି ଅଞ୍ଚଳ ଅଧିନରେ ଅସୁଛି । ସାଧାରଣ ଜନତାଙ୍କ ସମେତ ବଡ଼ ବଡ଼ ନେତା, ମନ୍ତ୍ରୀ, ଉଦ୍ୟୋଗପତି, ପାଞ୍ଚ ତାରକା ହୋଟେଲ ଏବଂ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ଘରେ ମଧ୍ୟ ଜଳ ସଂକଟ ଦେଖାଦେଇପାରେ । ଏଥିପାଇଁ କେବଳ ଗୋଟିଏ ସମୟରେ ଘରେ ପାଣି ଆସିବ ।

Get real time updates directly on you device, subscribe now.