fbpx

ବର୍ଷାରେ ଭିଜିଲା ଦିଲ୍ଲୀ: ବାୟୁ ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଦୀପାବଳିର କିଛିଦିନ ପୂର୍ବରୁ ହଠାତ୍ ଦିଲ୍ଲୀ-ଏନସିଆରରେ ପାଗ ବଦଳିଛି। ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରିରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଦିଲ୍ଲୀ, ନୋଏଡା ଠାରୁ ଗାଜିଆବାଦ ଏବଂ ଫରିଦାବାଦ ପର୍ୟ୍ୟନ୍ତ ପାଗରେ ହଠାତ୍ ପରିବର୍ତ୍ତନ ଆସିଛି । ଏପରିକି ଅନେକ ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ତେବେ ଏହା ରାଜଧାନୀକୁ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।

ଡ୍ୟୁଟି ରୋଡ୍ ଏବଂ ଦିଲ୍ଲୀ-ନୋଏଡା ସୀମା ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ସମଗ୍ର ଏନସିଆରରେ ଝିପିଝିପି ବର୍ଷା ଲାଗିରହିଛି । ଏହି ରାଜଧାନୀର ପାଣିପାଗରେ କିଛି ମାତ୍ରାରେ ସୁଧାର ଆସିଛି । ତେବେ ଏ ନେଇ ସୋସିଆଲ ମିଡିଆରେ କିଛି ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି ।

ତେବେ ଗତ କିଛି ଦିନ ହେବ ପ୍ରଦୂଷଣ ହେତୁ ରାଜଧାନୀ ସମେତ ସମଗ୍ର ଏନସିଆର ଅବସ୍ଥା ଖରାପ ରହିଥିଲା। ବାୟୁ ପ୍ରଦୂଷଣର ପରିସ୍ଥିତି ଏପରି ଯେ ଜାତୀୟ ରାଜଧାନୀରେ ପ୍ରଦୂଷଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ କୃତ୍ରିମ ବର୍ଷା କରାଇବା ପାଇଁ ସରକାର ପ୍ରସ୍ତୁତି କରୁଥିଲେ।
ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦ ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଏହା ଦ୍ୱାରା ଦିଲ୍ଲୀ ବାସିନ୍ଦାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ତେବେ ଏହି କାରଣରୁ ପାଗ ସଫା ହେବା ସହ ସକାଳେ ଥଣ୍ଡା ମଧ୍ୟ ବୃଦ୍ଧି ପାଇଛି।

 

Get real time updates directly on you device, subscribe now.