fbpx

(Video): ୧୨,୫୦୦ ଫୁଟ ବରଫ ପାହାଡ ଉପରେ ବିବାହ, -୨୫ ଡିଗ୍ରୀ ତାପମାତ୍ରାରେ ପଣ୍ଡିତ ଥରିଲେ, ବିବାହରେ ଝିଅଙ୍କ ଖୁଲ୍ଲମଖୁଲ୍ଲା ଡ୍ୟାନ୍ସ

ଓଡିଶା ଭାସ୍କର: ସାଧାରଣତଃ ଗରମ ଦିନରେ ଲୋକେ ଥଣ୍ଡା ଜାଗାକୁ ଯାଇ ମଜା ନେବାକୁ ଚାହିଁ ଥାଆନ୍ତି । ବରଫରେ ସେମାନେ ଖେଳିବାକୁ ପସନ୍ଦ ମଧ୍ୟ କରନ୍ତି । ମାତ୍ର କେବେ ଆପଣ ବରଫ ପାହାଡରେ ବାହାଘର ଦେଖିଛନ୍ତି! ଏମିତି ଏକ ବିବାହ ଏବେ ବେଶ୍ ଚର୍ଚ୍ଚା ସାଉଁଟୁଛି ସୋସିଆଲ ମିଡିଆରେ । -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଚାଲିଛି ଏ ବିଚିତ୍ର ବିବାହ । ଏହି ବିବାହରେ ଅନେକ ଅତିଥି ମଧ୍ୟ ଉପସ୍ଥିତ ଅଛନ୍ତି । ରୋଚକର କଥା ଏହା ଯେ ବିବାହ କରୁଥିବା ପଣ୍ଡିତ ସ୍ୱେଟର ଓ ଜ୍ୟାକେଟ ପିନ୍ଧି ମଧ୍ୟ କମ୍ପୁଛନ୍ତି । ମାତ୍ର ବିବାହରେ ଉପସ୍ଥିତ ଝିଅମାନେ ନା ପିନ୍ଧିଛନ୍ତି ସ୍ୱେଟର ନା ଜ୍ୟାକେଟ । ବିନ୍ଦାସ ଅନ୍ଦାଜରେ ସେମାନେ ଡ୍ୟାନ୍ସରେ ନିମଗ୍ନ ରହିଛନ୍ତି ।

ସୋସିଆଲ ମିଡିଆ ଇନଫ୍ୟୁଏଞ୍ଜର୍ସ ତଥା ଟ୍ରାଭେଲର ଆର୍ଯ୍ୟା ବେହରାଙ୍କୁ ପ୍ରାୟ ୧୦ ଲକ୍ଷ ଲୋକ ଫଲୋ କରନ୍ତି । ସେ ଭାରତ ତଥା ଅନ୍ୟ ଦେଶରେ ବୁଲି ବୁଲି ଅନେକ ଭିନ୍ନ ଧରଣର ଭିଡିଓ ପୋଷ୍ଟ କରନ୍ତି । ଏହିବର୍ଷ ୨୬ ଫେବୃଆରୀରେ ସେ ବିବାହ କରିଛନ୍ତି । ତାଙ୍କର ଏହି ବିବାହ ଏବେ ବିଚିତ୍ର ବିବାହରେ ପରିଣତ ହୋଇଛି । ଏହି ବିବାହ ଏଥିପାଇଁ ସ୍ୱତନ୍ତ୍ର ହୋଇଯାଇଛି କାରଣ ସେ ହିମାଚଳପ୍ରଦେଶର ଭୈଲିସ୍ଥିତ ୧୨,୫୦୦ ଫୁଟ ଉଚ୍ଚ ପାହାଡରେ ବିବାହ କରିଛନ୍ତି । ଯେଉଁଠାରେ ତାପମାତ୍ରା ବିଯୁକ୍ତ ୨୫ ଡିଗ୍ରୀ ସେଲସିୟସ ରହିଥିଲା । ଯାହାର ଭିଡିଓକୁ ସେ ପୋଷ୍ଟ କରିଛନ୍ତି । ଏବେ ଏହି ଭିଡିଓକୁ ଦେଖି ଯେକେହି ଆଚମ୍ବିତ ହେଉଛନ୍ତି । ପଣ୍ଡିତ କମ୍ପୁଛନ୍ତି । ବିବାହରେ ଝିଅମାନେ ହଲ୍ଲାବୋଲ କହି ମଜା ନେଉଛନ୍ତି ଥଣ୍ଡାର । ଏତେ ତାପମାତ୍ରାରେ ସେ ବିନା ଶୀତବସ୍ତ୍ରରେ ଖୋଲିକି ନାଚୁଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଏବେଯାଏଁ ପ୍ରାୟ ୬୦ ଲକ୍ଷ ଲୋକ ଦେଖି ସାରିଛନ୍ତି । ଏହି ବିଚିତ୍ର ବିବାହରେ ଭିନ୍ନ ଭିନ୍ନ କମେଣ୍ଟସ ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ମହିଳାମାନେ ବେଶ୍ ଶକ୍ତ ଅଟନ୍ତି । ସେଥିପାଇଁ ତ ସେମାନେ ସ୍ୱେଟର ପିନ୍ଧି ନାହାନ୍ତି ।

 

Get real time updates directly on you device, subscribe now.