fbpx

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା, ମା’ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର

ସମ୍ବଲପୁର : ଆସନ୍ତା କାଲି ନୂଆଁ ଖାଇ । ଏଥି ପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର । ଓଡିଶାର କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ମା’ଙ୍କ ଅର୍ପଣ କରିବା ପର୍ବ ହେଉଛି ନୂଆଁଖାଇ ।

ନୂଆଁଖାଇ ପାଇଁ ଆଜି ମା’ଙ୍କ ପାଖରେ ଲାଗି ହୋଇଛି ନୂଆ ସିନ୍ଦୁର । ପ୍ରଥମେ ଶ୍ରୀ ଗଣେଶଙ୍କୁ ପୂଜା କରିବା ପରେ ମା’ ସମଲେଶ୍ୱରୀଙ୍କ ପାଶ୍ୱର୍ରେ ଥିବା ଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି କାର୍ଯ୍ୟକ୍ରମ କରିଥିଲେ । ସିନ୍ଦୁର ଲାଗି ହେବା ପରେ ମନ୍ଦିର ଚତୁଃପାଶ୍ୱର୍କୁ ସଫା କରାଯାଏ । ଏହା ଛଡା ମା’ଙ୍କ ଠାରେ ଲାଗି ହୋଇଥିବା ଗହଣା ମଧ୍ୟ ସଫା ହୋଇଥାଏ । ମନ୍ଦିର ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଏହାକୁ ସଫା କରାଯାଏ । ଏହା ଛଡା ପୂଜା ପାଇଁ ମନ୍ଦିରର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଆସନ୍ତା କାଲି ମା’ଙ୍କ ନୂଆ ବେଶ କରାଯିବ । ମା’ କାଲି ନୂଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆସନ୍ତା କାଲି ୧୦.୨୭ ମିନିଟରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ । ନୂଆ ଖାଇବା ପରେ ଭେଟଘାଟ ହୋଇଥାଏ । ଗୁଗୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।

Get real time updates directly on you device, subscribe now.