fbpx

କରୋନା ପାଇଁ ରେଳ ବିଭାଗ ପକ୍ଷରୁ ଟ୍ରେନ୍ ବାତିଲ୍ !

ମଧ୍ୟପ୍ରଦେଶ ୧୯ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପ୍ରତିିଦିନ ଲକ୍ଷେରୁ ଅଧିକ ଲୋକ ସଂକ୍ରମଣ ହେଉଛନ୍ତି । ବଢୁଥିବା କରୋନା ସଂକ୍ରମଣକୁ ଦେଖି ଲୋକମାନେ ନିଜ ନିଜ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି । ଦିଲ୍ଲୀ ,ମୁମ୍ବାଇ ଏବଂ ଅହମଦାବାଦ ଭଳି ଜାଗାରୁ ବହୁ ଲୋକ କରୋନା ପାଇଁ ନିଜ ଘରକୁ ଫେରିଯାଉଛନ୍ତି । ଏହାସହ ରେଳ ବିଭାଗ ପକ୍ଷରୁ କେତେକ ଟ୍ରେନ୍ ବାତିଲ କରିବା ନେଇ ସୂଚନା ଦିଆଯାଇଛି । ଏନେଇ ଟ୍ୱିଟ୍ କରି ପଶ୍ଚିମ ରେଳ ବିଭାଗ ସୂଚନା ଦେଇଛି ।

ପଶ୍ଚିମ ରେଳ ଷ୍ଟେସନରେ ଆସୁୁଥିବା ଏବଂ ଯାଉଥିବା କେତେକ ସ୍ପୋଶାଲ ଟ୍ରେନ୍ ବାତିଲ କରାଯାଇଛି । ବେରାବଲ-ଅହମଦାବାଦ ସ୍ପୋଶଲ ଟ୍ରେନ୍, ଅହମଦାବାଦ-ବେରାବଲ ସ୍ପୋଶଲ ଟ୍ରେନ୍, ଜାମନଗର-ବଡୋଦରା ସୁପର ଫାଷ୍ଟ ସ୍ପୋଶଲ ଟ୍ରେନ୍ ଏବଂ ବଡୋଦରା- ଜାମନଗର ସୁପର ଫାଷ୍ଟ ସ୍ପୋଶଲ ଟ୍ରେନ୍ ଗୁଡିକୁ ବାତିଲ କରାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ଆସିବା ଯାଏ ଏହି ଟ୍ରେନ୍ ଗୁଡିକ ବାତିଲ ହୋଇଛି । ଗତ ବର୍ଷ କରୋନା ପାଇଁ ରେଳ ବିଭାଗ ଟ୍ରେନ୍ ଚଳାଚଳ ବନ୍ଦ କରିଦେଇଥିଲା । ବହୁଦିନ ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି କରୋନାର ପ୍ରଥମ ପର୍ଯ୍ୟାୟଠୁ ଅଧିକ ଭୟଙ୍କର । ତେଣୁ ଆଗକୁ ରେଳ ବିଭାଗ ଅଧିକ ଟ୍ରେନ୍ ବାତିଲ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.