fbpx

ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ: ସତର୍କ ରହିବାକୁ ଆହ୍ୱାନ ଦେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ବର୍ଷାରେ ଓଦାହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ବର୍ଷାରେ ଓଦା ହେଲେ ଶରୀରରେ ରୋଗ ପ୍ରତିରାଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ବର୍ଷା ସମୟରେ ଘରୁ ବାହାରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ରାଜ୍ୟରେ ବର୍ତ୍ତମାନ କରୋନା କମିବାର ପରିସ୍ଥିତିରେ ନାହିଁ । ତେଣୁ କୋଭିଡ୍ ଗାଇଡଲାଇନକୁ ମାନି ଚଳିବା ଜନସାଧାରଣଙ୍କ ପାଇଁ ମୁଖ୍ୟ ଆହ୍ୱାନ । ଆଗକୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ମେ ମାସ ଶେଷ ଆଡ଼କୁ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇପାରେ । ତେବେ ବ୍ଲକ ଫଙ୍ଗସ ଓ ହ୍ୱାଇଟ ଫଙ୍ଗସକୁ ନେଇ ଭୟଭୀତ ନ ହେବାକୁ କୁହାଯାଇଛି ।

Get real time updates directly on you device, subscribe now.