ଜିରୋ ବାଲାନ୍ସ ଆକାଉଣ୍ଟରେ କ’ଣ ରହିଛି ସୁବିଧା ଓ ଅସୁବିଧା: ଜାଣନ୍ତୁ ଏହାକୁ ଖୋଲିବା ଠିକ୍ ନା ନୁହେଁ?

ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି କେତେ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ରହିଛି? ଯଦି ନୁହେଁ, ତେବେ ଆପଣଙ୍କୁ କହୁଛୁ କି ଅନେକ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଅଛି । ସେଭିଙ୍ଗ୍, କରେଣ୍ଟ୍, ଜମା, ଯୋଜନା, ବେତନ ପରି ସମସ୍ତ ଆକାଉଣ୍ଟ୍ ଧାରଣ ରହିଛି । ଯେତେବେଳେ ଆମେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଯାଉ, ପ୍ରାୟତଃଚିନ୍ତା କରିବାକୁ ବାଧ୍ୟ ହୋଇଥାଉ ଯେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବା ଠିକ୍ ହେବ କି ନାହିଁ?

ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ରହିଛି କି, ଶୂନ୍ୟ ବାଲାନ୍ସ ସଞ୍ଚୟ ଖାତା ଖୋଲିବା ଲାଭଦାୟକ କି ନୁହେଁ? ତେବେ ଆସନ୍ତୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ଏବଂ ଜିରୋ ବାଲାନ୍ସ ଆକାଉଣ୍ଟ ସହିତ ଜଡିତ କିଛି ସୂଚନା କହିବା ।

ଜିରୋ ବାଲାନ୍ସ ଆକାଉଣ୍ଟ କ’ଣ?

ଜିରୋ ବାଲାନ୍ସ ଆକାଉଣ୍ଟ କ’ଣ? ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାକୁ ହେଲେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ଏବଂ କୌଣସି ପ୍ରକାରର ଖର୍ଚ୍ଚ ହେବ ନାହିଁ । ଜିରୋ ବାଲାନ୍ସ ଆକାଉଣ୍ଟକୁ ବାଲାନ୍ସ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ କୁହାଯାଏ ।

ଜିରୋ ବାଲାନ୍ସ ଆକାଉଣ୍ଟର ଲାଭ :-

୧ ଟଙ୍କା ଖର୍ଚ୍ଚ ନକରି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇପାରିବ ।
ସମସ୍ତ ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ସୁବିଧା ଉପଲବ୍ଧ ।
ସର୍ବାଧିକ ରାଶି ରଖିବା ଉପରେ କୌଣସି ସୀମା ନାହିଁ ।

ଜିରୋ ବାଲାନ୍ସ ଆକାଉଣ୍ଟର ଅସୁବିଧା :-
ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାରେ ସୁବିଧା ଅଛି, ଅସୁବିଧା ମଧ୍ୟ ରହିଛି । ଏହି ଆକାଉଣ୍ଟରେ ଆକାଉଣ୍ଟଧାରୀଙ୍କୁ ଚେକ୍ ବୁକ୍ ପ୍ରଦାନ କରାଯାଏ ନାହିଁ । ଏପରି ପରିସ୍ଥିତିରେ ଯେତେବେଳେ ବି ଆପଣଙ୍କୁ ଟଙ୍କା ବାହାର କରିବାର ଆବଶ୍ୟକତା ପଡ଼ିବ, ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଯାଇ ୱିଡ୍ରାଲ ଫର୍ମ ପୂରଣ କରିବାକୁ ପଡିବ, ଏହାପରେ ଟଙ୍କା ଉଠରଇ ପାରିବେ । ଏହା ବ୍ୟତୀତ ଆପଣ ଏଟିଏମ୍ ବ୍ୟବହାର କରି ବ୍ୟାଙ୍କରୁ ଟଙ୍କା ମଧ୍ୟ ଉଠାଇ ପାରିବେ ।