fbpx

ପାଦରେ କଳା ସୂତା ବାନ୍ଧିବାର କ’ଣ ରହିଛି ନିୟମ, ଜାଣନ୍ତୁ କେଉଁ ରାଶି ପାଇଁ ପାଦରେ କଳା ସୂତା ବାନ୍ଧିବା ଅଶୁଭ ହୋଇଥାଏ

ଓଡ଼ିଶା ଭାସ୍କର: ସାଧାରଣତଃ ଲୋକମାନେ ହାତ କିମ୍ବା ପାଦରେ କଳା ସୂତା ବାନ୍ଧି ଥାନ୍ତି । କଳା ସୂତା ଖରାପ ଶକ୍ତି ଏବଂ ନଜର ଦୋଷରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଆନୁଯାୟୀ କଳା ସୂତା ବାନ୍ଧିବା ଦ୍ୱାରା ଶତ୍ରୁ ଏବଂ ଭୂତ ପ୍ରେତଙ୍କ ଠାରୁ ସୁରକ୍ଷା ଦେଇଥାଏ । ଏହା ସହ ଗ୍ରହ ଦୋଷ ମଧ୍ୟ ଦୂରେଇଥାଏ । ବ୍ୟକ୍ତି ଜଣଙ୍କ ବାହୁ, ମଣିବନ୍ଧ, ବେକ, ଅଣ୍ଟା ଏବଂ ପାଦରେ କଳା ସୂତା ବାନ୍ଧିଥାଏ । ଆଜିକାଲି ପାଦରେ କଳା ସୂତା ବାନ୍ଧିବା ଏକ ଫ୍ୟାସନରେ ପରିବର୍ତ୍ତନ ହୋଇଯାଇଛି । ଜ୍ୟୋତିଷଙ୍କ ଅନୁଯାୟୀ କଳା ସୂତା ବାନ୍ଧିବା ସମସ୍ତଙ୍କ ପାଇଁ ଶୁଭ ପରିଣାମ ଦେଇନଥାଏ । ନିମ୍ନଲିଖିତ ରାଶିଙ୍କୁ କଳା ସୂତା ବାନ୍ଧିବା ଠାରୁ ଦୂରେଇ ରହିବା ଉଚିତ ।

୧. ମେଷ ରାଶି: ମେଷ ରାଶିର ଗ୍ରହ ସ୍ୱାମୀ ହେଉଛନ୍ତି ମଙ୍ଗଳ । ତାଙ୍କର ପ୍ରିୟ ରଂଗ ହେଉଛି ଲାଲ । କଳା ସୂତାର ସମ୍ପର୍କ ରାହୁ ଏବଂ ଶନି ଦେବଙ୍କ ସହ ଜଡ଼ିତ । ତେଣୁ ମଙ୍ଗଳଙ୍କ ଶତ୍ରୁ ହେଉଛନ୍ତି ଶନି ଏବଂ ରାହୁ । ଏହି ରାଶିର ବ୍ୟକ୍ତି ହାତ ଏବଂ ପାଦରେ କଳା ସୂତା ଧାରଣ କଲେ ମଙ୍ଗଳର ଶୁଭ ପ୍ରଭାବ ଶେଷ ହୋଇଥାଏ । ଅନ୍ୟପଟେ ରାହୁଙ୍କ ପ୍ରଭାବ ଆରମ୍ଭ ହୋଇଥାଏ ଯାହା ଦୁର୍ଭାଗ୍ୟର କାରଣ ଅଟେ । ଏହା ବ୍ୟତୀତ ଜୀବନରେ ଅନେକ ସଂକଟ ଦେଖା ଦେଇଥାଏ । ତେଣୁ କଳାସୂତା ବାନ୍ଧିବା ପୂର୍ବରୁ ବିଚାର କରନ୍ତୁ ।

୨. ବୃଷ ରାଶି: ବୃଷ ରାଶିର ଗ୍ରହ ସ୍ୱାମୀ ହେଉଛନ୍ତି ମଙ୍ଗଳ । କଳା ସୂତା ପାଦରେ କିମ୍ବା ହାତରେ ବାନ୍ଧିବା ଦ୍ୱାରା ମଙ୍ଗଳ ଦେବ କ୍ରୋଧିତ ହୋଇଥାନ୍ତି । ଏହା ନକାରାତ୍ମକ ଏବଂ ଅନିଷ୍ଟର ସଂକେତ ବୋଲି ବିବେଚିତ କରାଯାଇଛି ।
ପାଦରେ କଳା ସୂତା ବାନ୍ଧିବାର ନିୟମ

ମନେରଖିବେ କଳା ସୂତା ଶନି ଦେବଙ୍କ ସହ ଜଡ଼ିତ । ତେଣୁ କଳା ରଂଗ ସହ ଅନ୍ୟ କୌଣସି ରଂଗର ସୂତା ବାନ୍ଧିବା ଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ପାଦରେ କଳା ସୂତା ଧାରଣ କରିବା ପୂର୍ବରୁ କିଛି ନିୟମ ରହିଛି । ଏହାର ପାଳନ ନକଲେ ଜୀବନରେ ନକାରାତ୍ମକତା ଦେଖାଦେଇଥାଏ ।

– ଶନିବାର ଦିନ ପାଦରେ କଳା ସୂତା ବାନ୍ଧିବା ଶୁଭ ହୋଇଥାଏ । କଳା ସୂତା ବାନ୍ଧିବା ପରେ ରୁଦ୍ର ଗାୟତ୍ରୀ ମନ୍ତ୍ରୀ ଜାପ କରିବା ଫଳପ୍ରଦ ହୋଇଥାଏ ।

– ଶନିବାର ଦିନ ମହିଳା ବାମ ହାତ ଏବଂ ପାଦରେ କଳା ସୂତା ବାନ୍ଧିବା ଉଚିତ । ସେହିପରି ପୁରୁଷ ଡାହାଣ ହାତ ଏବଂ ପାଦରେ କଳା ସୂତା ପିନ୍ଧିବା ଶୁଭ ଅଟେ । ଆପଣଙ୍କ ଜାତକରେ ରାହୁ କେତୁର ସ୍ଥିତି ଦୂର୍ବଳ ଥିଲେ କଳା ସୂତା ନିଶ୍ଚିତ ବାନ୍ଧନ୍ତୁ ।

Get real time updates directly on you device, subscribe now.