fbpx

କାହିଁକି ନୋଟ କଡରେ ଥାଏ ଏହି ଛୋଟ ତେରଛା ଗାର? ଜାଣନ୍ତୁ କାରଣ

୧୦ ଟଙ୍କିଆରୁ ଆରମ୍ଭ କରି ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ତ ସମସ୍ତେ ଦେଖିଥିବେ । କିନ୍ତୁ ଏହି ନୋଟରେ ଏମିତି କିଛି ଜିନିଷ ଲୁଚି ରହିଛି, ଯାହା ହୁଏତ ଆପଣମାନେ କେବେ ଧ୍ୟାନ ଦେଇ ନଥିବେ । ବ୍ୟହାର କରିବା ସମୟରେ ଏମିତି କିଛି ଛୋଟ ଛୋଟ ଜିନିଷ ଆମେ ଆଖିରୁ ଖସି ଯାଇଥାଏ । ସେମିତି ଏକ ଜିନିଷ ହେଉଛି ନୋଟ କଡରେ ତିଆରି ହୋଇଥିବା ଏହି ତେରେଛା ଗାର । ଏହାକୁ ଦେଖି କେବେ ଚିନ୍ତା କରିଛନ୍ତି ଏହା କଣ ଆଉ ଏଠି ରହିବାର କାରଣ କଣ? ତେବେ ଆସନ୍ତୁ ଜାଣିବା ଆଜି ଏହି ଗାରର ପ୍ରକୃତ ରହସ୍ୟ ।

What do the diagonal lines on the sides of the note mean? Know why they are  made. What indian currency notes have Oblique lines know the pattern behind  the bleed marks on

ସମସ୍ତ ନୋଟରେ ଏହି ଗାର ଭିନ୍ନ ହୋଇଥାଏ । ୨ ଟଙ୍କିଆ ନୋଟରେ କମ ଲାଇନ ତିବା ବେଳେ ୨୦୦୦ ଟଙ୍କିଆ ନୋଟରେ ଏହି ଗାର ଅଧିକ ଥାଏ । ନୋଟର ମୂଲ୍ୟ ଅନୁସାରେ ଏହି ଗାରର ଆକାର ସ୍ଥିର ହୋଇଥାଏ । ଏହି ଗାର ଗୁଡିକୁ ବ୍ଲିଡ ମାର୍କସ କୁହାଯାଏ । ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ଏହି ଗାର ତିଆରି କରାଯାଇଛି । ଏହି ଗାର ଏମାନଭ୍କ ପାଇଁ ଖୁବ ସ୍ୱତନ୍ତ୍ର ହୋଇଥାଏ । ଦେକି ପାରୁ ନଥିବା ଲୋକମାନେ ଏହି ଗାର ସାହାଯ୍ୟରେ ନୋଟର ମୂଲ୍ୟ ଜାଣି ପାରିଥାନ୍ତି । ଯାହାଦ୍ୱାରା ତାଙ୍କୁ କେହି ଠକି ପାରିବେ ନାହିଁ ।

The black line seen in the corner on the 2000 note… why is this? Have you  ever looked closely? Indian Currency Notes features Know about black lines  on 2000 rupees note and

୧୦୦ ଟଙ୍କିଆ ନୋଟରେ ଉଭୟ ପାଶ୍ୱର୍ରେ ୪ଟି ଗାର ଦେଖିବାକୁ ମିଳିବ । ତେବେ ୨୦୦ ଟଙ୍କିଆ ନୋଟରେ ମଧ୍ୟ ୪ଟି ଗାର ଦେଖିବାକୁ ମିଳିଥାଏ, କିନ୍ତୁ ଏହା ସହିତ ୨ଟି ଶୂନ ମଧ୍ୟ ଲାଗିଥାଏ । ସେହିଭଳି ୫୦୦ ଟଭ୍କିଆ ନୋଟରେ ୫ଟି ଗାର ଏବଂ ୨୦୦୦ ଟଙ୍କିଆ ନୋଟରେ ୭ଟି ଗାର ଦେଖିବାକୁ ମିଳିବ । ଏହି ଗାର ଗୁଡିକ ହାତକୁ ଜଣାପଡିବ ଏବଂ ଏହାଦ୍ୱାରା ଦୃଷ୍ଟିହୀନ ଲୋକମାନେ ଏହାକୁ ଅନୁଭବ କରିବା ସହ ଚିହ୍ନିପାରିବେ ଏହା କେତେ ଟଙ୍କା ।

Get real time updates directly on you device, subscribe now.