fbpx

କ’ଣ ପାଇଁ ହୁଏ ଗାଡ଼ିର ବ୍ରେକ୍ ଫେଲ୍ ? ମଝି ରାସ୍ତାରେ ବ୍ରେକ୍ ଫେଲ୍ ହେଲେ କ’ଣ କରିବେ ?

ଓଡ଼ିଶା ଭାସ୍କର: ‘ବ୍ରେକ୍ ଫେଲ୍‌’ ହେଉଛି ଏଭଳି ଏକ ଶବ୍ଦ ଯାହାକୁ ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହୋଇଥାଏ । ସମସ୍ୟା କେବେ କହିକି ଆସେନାହିଁ ତେଣୁ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ଜରୁରୀ । ଅଧିକାଂଶ ବ୍ୟକ୍ତି ଏଭଳି ପରିସ୍ଥିତିରେ ଘାବରାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି ତ କିଛି ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁର୍ଘଟଣାକୁ ଏଡ଼ାଇବାରେ ସଫଳ ହୋଇଥାନ୍ତି । ଆପଣ କେବେ ଭାବିଛନ୍ତ ଗାଡ଼ିର ବ୍ରେକ୍ ଫେଲ୍ ହେବା ପଛରେ କ’ଣ କାରଣ ରହିଛି ?

ଦୁର୍ଭାଗ୍ୟବଶତଃ ମଝି ରାସ୍ତାରେ କେବେ କାରର ବ୍ରେକ୍ ଫେଲ୍ ହୋଇଗଲେ ଧୈର୍ଯ୍ୟ ରଖନ୍ତୁ । ଶାନ୍ତ ମନରେ ଗାଡ଼ିକୁ ନିୟନ୍ତ୍ରଣ କରିବା ଉପରେ ଧ୍ୟାନ ଦିଅନ୍ତୁ । ବ୍ରେକ୍ ଫେଲ୍ ପଛରେ ନିମ୍ନଲିଖିତ କାରଣ ଦାୟୀ:

୧. ବ୍ରେକ୍ ଫ୍ଲୁଇଡ୍ ଲିକ୍‌: ଯେତେବେଳେ ଆପଣ ବ୍ରେକ୍ ପ୍ୟାଡେଲକୁ ପ୍ରେସ୍ କରିଥାନ୍ତି ସେତେବେଳେ ବ୍ରେକ୍ ଫ୍ଲୁଇଡ୍ ସେହି ଫୋର୍ସକୁ ବ୍ରେକ୍ ଡିସ୍କ ପର୍ଯ୍ୟନ୍ତ ଟ୍ରାନ୍ସଫର କରିଥାଏ । ଏହା କାରର ଗତିକୁ ହ୍ରାସ କରିଥାଏ ଏବଂ ଅଟକାଇଥାଏ । ବ୍ରେକ୍ ଫ୍ଲୁଇଡ୍ ଲିକ୍ କରିଲେ ଏହି ସିଷ୍ଟମ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

୨. ବ୍ରେକ୍ ସିଲିଣ୍ଡର: କାରରେ ଥିବା ବ୍ରେକିଂ ସିଷ୍ଟମର ଏହା ଏପରି ଏକ ଅଂଶ ଯେଉଁଥିରେ ବ୍ରେକ୍ ଫ୍ଲୁଇଡ୍ କମ୍ପ୍ରେସ୍ କରାଯାଏ । ସିଲିଣ୍ଡରରେ ତୃଟି ଦେଖାଗଲେ ସିଷ୍ଟମର ଶକ୍ତି ହ୍ରାସ ହୋଇଥାଏ ଏବଂ ବ୍ରେକ୍ ଠିକ୍ ଭାବରେ କାର୍ଯ୍ୟ କରିନଥାଏ ।

୩. ବ୍ରେକ୍ ବୁଷ୍ଟର: ଏହା ବ୍ରେକିଂ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ଅଂଶ । ଗାଡ଼ି ଚାଳକ ପ୍ୟାଡେଲ ଉପରେ ପ୍ରେସ କଲେ ବ୍ରେକ୍ ବୁଷ୍ଟର ଗାଡ଼ିକୁ ଅଟକାଇବାରେ ସହାୟକ ହୋଇଥାଏ । ଏହା ଖରାପ ହେଲେ ଗାଡ଼ି ଅଟକାଇବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଉତ୍ପନ୍ନ ହୋଇନଥାଏ ।

୪. ବ୍ରେକ୍ ପ୍ୟାଡ୍ସ ଓଭରହିଟ୍‌: ଅଧିକ କ୍ସବଗ୍ଦଷ ୟକ୍ସସଙ୍ଖସଦ୍ଭଶ ଏବଂ ବାରମ୍ବାର ବ୍ରେକ୍ ବ୍ୟବହାର କରିବା ଦ୍ୱାରା ବ୍ରେକ୍ ପ୍ୟାଡକୁ ଅଧିକ ଗରମ କରିଥାଏ । ଫଳରେ ବ୍ରେକ୍ ପ୍ୟାଡ୍ ରୋଟର ଡିସ୍କକୁ ଠିକ୍ ଭାବରେ ଧାରଣ କରିବାରେ ଅକ୍ଷମ ହୋଇଥାଏ ।

୫. ଡ୍ୟାମେଜ୍ ରୋଟର ଡିସ୍କ: କାରର ରୋଟର ଡିସ୍କ ଡ୍ୟାମେଜ୍ ହୋଇଥିଲେ ବ୍ରେକ୍ ପ୍ୟାଡର ଆୟୁଷ ପ୍ରଭାବିତ ହୋଇଥାଏ । ଫଳରେ ଠିକ୍ ଭାବରେ ବ୍ରେକ୍ ଦେବାରେ ଅସୁବିଧା ହୋଇଥାଏ ।

ବ୍ରେକ୍ ଫେଲ୍ ହେଲେ କ’ଣ କରିବେ ?

୧. ହାଜାର୍ଡ଼ ଲାଇଟ୍‌ସ: ବ୍ରେକ୍ ଫେଲ୍ ହେଲେ ହାଜାର୍ଡ଼ ଲାଇଟ୍ସକୁ ତୁରନ୍ତ ଅନ୍ କରନ୍ତୁ । ସମସ୍ତଙ୍କୁ ସତର୍କ କରିବା ପାଇଁ ରାସ୍ତାରେ ଲଗାତାର ହର୍ଣ୍ଣର ପ୍ରୟୋଗ କରନ୍ତୁ ।
୨. ବ୍ରେକ୍ ପମ୍ପ କରନ୍ତୁ: କାରର ବ୍ରେକ୍ କାମ ନ କରିଲେ ବ୍ରେକ୍ ପ୍ୟାଡେଲକୁ ବାରମ୍ବାର ପମ୍ପ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ବ୍ରେକରେ ହାଇଡ୍ରୋଲିକ୍ ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଗାଡ଼ିର ଗତି ହ୍ରାସ କରିବାରେ ସହାୟକ ହୋଇଥାଏ ।

୩. ଗିୟର କମ୍ କରନ୍ତୁ: ଗାଡ଼ି ଅଟକାଇବା ପାଇଁ ଇଞ୍ଜିନ୍ ବ୍ରେକର ବ୍ୟବହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ଏକ୍ସଲେଟର ପ୍ୟାଡେଲ ଉପରୁ ନିୟନ୍ତ୍ରଣ ହଠାଇ ଗିୟରକୁ ତଳକୁ ଆଣିବାକୁ ପଡ଼ିବ । ଏହା ଦ୍ୱାରା ଇଞ୍ଜିନ୍ କାରର ଗତିକୁ ହ୍ରାସ କରିଥାଏ ।

୪. ହ୍ୟାଣ୍ଡ ବ୍ରେକର ବ୍ୟବହାର କରନ୍ତୁ: ହ୍ୟାଣ୍ଡ ବ୍ରେକ୍ ବ୍ୟବହାର କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ । ଗାଡ଼ି ଅଧିକ ଦୃତ ଗତିରେ ଥିଲେ ହ୍ୟାଣ୍ଡ୍ ବ୍ରେକ୍ ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଗାଡ଼ି ଓଲଟିଯିବାର ଭୟ ରହିଥାଏ ।

୫. ଇଞ୍ଜିନ୍ ବନ୍ଦ କରନ୍ତୁ ନାହିଁ: ଅଧିକାଂଶ ଲୋକଙ୍କ ଧାରଣା ଥାଏ କି କାରର ଇଞ୍ଜିନ୍ ବନ୍ଦ କଲେ ସବୁକିଛି ଠିକ୍ ହୋଇଯିବ । କିନ୍ତୁ ଏହା ସ୍ଥିତିକୁ ଆହୁରି ଜଟିଳ କରିଥାଏ । ଏହା ଦ୍ୱାରା ଆପଣ ଇଞ୍ଜିନ୍ ବ୍ରେକ୍ ଉପରୁ ନିୟନ୍ତ୍ରଣ ହରାଇଥାନ୍ତି । ଏହା ବ୍ୟତୀତ ଷ୍ଟିୟରିଂ ହ୍ୱୀଲ ଲକ୍ ମଧ୍ୟ ହୋଇପାରେ ।

Get real time updates directly on you device, subscribe now.