fbpx

ଭାରତ ସହ ସମ୍ପର୍କକୁ ନେଇ କ’ଣ କହିଲେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ?

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ଉତ୍ତମ ସମ୍ପର୍କ ଚାହୁଁଛି। ପାକିସ୍ତାନ ସରକାରଙ୍କ ସରକାରୀ ଥିଙ୍କଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ର ୫୧ତମ ପ୍ରତିଷ୍ଠା ଦିବସରେ ଇଶାକ ଡାର୍ ଏହା କହିଛନ୍ତି। ଅତୀତରେ ଭାରତ ସହ ଆମର ସମ୍ପର୍କ ଐତିହାସିକ ଭାବେ ଖରାପ ଥିଲା। କିନ୍ତୁ ପାକିସ୍ତାନ ନିରନ୍ତର ଶତ୍ରୁତାରେ ବିଶ୍ୱାସ କରେ ନାହିଁ।

ଉଭୟ ଦେଶର ସମ୍ମାନ, ସାର୍ବଭୌମତ୍ୱ ଏବଂ ଜମ୍ମୁ-କଶ୍ମୀର ପ୍ରସଙ୍ଗର ସମାଧାନ ଆଧାରରେ ଆମେ ଭାରତ ସହ ଉତ୍ତମ ସମ୍ପର୍କ ଚାହୁଁଛୁ। ଏକତରଫା ନିଷ୍ପତ୍ତି କିମ୍ବା ଭାରତର ନେତୃତ୍ବକୁ ଲାଗୁ କରିବାକୁ ପାକିସ୍ତାନ କେବେ ବି ଗ୍ରହଣ କରିବ ନାହିଁ। ଦକ୍ଷିଣ ଏସିଆରେ ରଣନୈତିକ ସ୍ଥିରତା ବଜାୟ ରଖିବା ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ। ଇଶାକ ଡାର୍ ୫ ଅଗଷ୍ଟ ୨୦୧୯ରେ ଉଚ୍ଛେଦ ହୋଇଥିବା ଧାରା ୩୭୦ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଡାର୍ ଙ୍କ କହିବା ଅନୁସାରେ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ଭାରତ ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତି ନେଇଥିଲା। ଏହା ଉପରେ ଆଲୋଚନା କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ବୋଲି ଡାର୍ କହିଛନ୍ତି। ଏବେ ପ୍ରତ୍ୟେକ ପ୍ରସଙ୍ଗରେ ଉଭୟ ପକ୍ଷ ମଧ୍ୟରେ ଯୋଗାଯୋଗ ପାଇଁ ଏଭଳି ପଦକ୍ଷେପ ନେବା ଭାରତ ଉପରେ ନିର୍ଭର କରୁଛି। ପାକିସ୍ତାନ ସହ ସମ୍ପର୍କ ରେ ସୁଧାର ଆଣିବା ପାଇଁ ଭାରତ ସକାରାତ୍ମକ ପଦକ୍ଷେପ ନେବା ଆବଶ୍ୟକ ଏବଂ ପାକିସ୍ତାନ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ଇଶାକ ଡାର୍ କହିଛନ୍ତି।

Get real time updates directly on you device, subscribe now.