fbpx

ରେଳ ବଜେଟ ଅନୁଦାନକୁ ନେଇ କ’ଣ କହିଲା ବିଜେଡି?

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଏଥର ଓଡିଶା ପାଇଁ ୫୫୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ ଜରିଆରେ ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ରେଳ ବଜେଟ ଅନୁଦାନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ‘ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ଦାବି କରିଥିଲୁ, ସେତିକି ମିଳିଲା ନାହିଁ । ୭,୨୦୦ କୋଟି ମାଗିଥିଲୁ, ମାତ୍ର ୪,୫୦୦ କୋଟି ଟଙ୍କା ଦିଆଯାଇଛି । ସେଥିରୁ ପୁରୁଣା ଖୋର୍ଦ୍ଧା-ବଲାଙ୍ଗିର ପାଇଁ ୫୦୦ କୋଟି ଟଙ୍କା ରହିଛି । ରେଳ ବଜେଟରେ କୌଣସି ନୂଆ ଲାଇନ୍ ବା ନୂଆ ପୋଜେକ୍ଟ ନାହିଁ । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି ଧାମ ନାଁ ନାହିଁ । ତାଳଚେର-ବିମଳାଗଡ ପାଇଁ ମାତ୍ର ୧୦ କୋଟି ଟଙ୍କା ରହିଛି । ’

ଏହା ସହିତ ବଜେଟକୁ ନୈରାଶ୍ୟଜନକ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି ଯେ, ‘ରେଳ ବଜେଟରେ ଓଡିଶା ପାଇଁ କୌଣସି ନୂଆ ପ୍ରକଳ୍ପ ଘୋଷଣା ହୋଇନି । ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ଦେଇଥିବା ଅର୍ଥ ଘୋଷଣା କରିଛି କେନ୍ଦ୍ର । ନିର୍ମାଣଧୀନ ପ୍ରକଳ୍ପ ବାବଦରେ ଏଥର ବଜେଟରେ ଉଲ୍ଲେଖ ନାହିଁ । ରାଜ୍ୟ ସରକାର ମାଗଣା ଜମି ଓ ୫୦% ଅର୍ଥ ଦେବା କଥା ଉଲ୍ଲେଖ ନାହିଁ ।’

Get real time updates directly on you device, subscribe now.