fbpx

ପିଲାଙ୍କ ସିଲାବସକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

Advertisement

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘ସିଲାବସ ୩୦ ପ୍ରତିଶତ କମିଛି, ଆଉ କମିବ ନାହିଁ । ଗୋଟିଏ କ୍ଲାସ ରୁମରେ ୨୦ରୁ ୨୫ ପିଲା ପଢିବେ । ଅଧିକ ପିଲା ଥିଲେ ସେକ୍ସନ ସଂଖ୍ୟା ବଢାଯିବ । ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯିବ । ପିଲାଙ୍କ କୋଭିଡ ଟେଷ୍ଟ ହେବା ନେଇ ନିଷ୍ପତ୍ତି ହୋଇନି । ସ୍ୱାସ୍ଥ୍ୟ ବିଭାଗ କହିଲେ କୋଭିଡ ଟେଷ୍ଟ କରିବୁ । ପ୍ରଥମରୁ ନବମ ଶ୍ରେଣୀ ଯାଏଁ କ୍ଲାସ ହେଉନି । ପିଲାଙ୍କୁ ୧୦୦ ଦିନ ପାଠପଢାର ଆବଶ୍ୟକତା ରହିଛି । ରବିବାର ପାଠପଢା ନହେଲେ ୧୦୦ ଦିନ ହେବନି ।’

Get real time updates directly on you device, subscribe now.