fbpx

କେଉଁ ବ୍ୟକ୍ତିର ମୃତ୍ୟୁ ହେବ ପରେ ତାଙ୍କ ଆଧାର ତଥ୍ୟ ସହିତ କଣ କରାଯାଏ, ଜାଣନ୍ତୁ କଣ ରାହିଛି ନିୟମ

ନୂଆଦିଲ୍ଲୀ: ଦେଶର ପ୍ରାୟ ସମସ୍ତ କାର୍ଯ୍ୟରେ ଆଧାର କାର୍ଡ ବ୍ୟବହୃତ ହୁଏ । ଏଭଳି ପରିସ୍ଥିତିରେ ଆଧାର କାର୍ଡ ରହିବା ଆବଶ୍ୟକ ସମସ୍ତଙ୍କ ପାଇଁ ପ୍ରାୟ ନିଶ୍ଚିତ। ଏଭଳି ପରିସ୍ଥିତିରେ, ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୩୬ କୋଟି ଲୋକଙ୍କ ଆଧାର କାର୍ଡ (ଭାରତରେ ଆଧାର କାର୍ଡର ମୋଟ ସଂଖ୍ୟା) ପ୍ରସ୍ତୁତ କରାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି ଯେଉଁ ଲୋକ ମାନଙ୍କ ମୃତ୍ୟୁ ହେଇଛି ସେହି ଲୋକଙ୍କ ଆଧାର କାର୍ଡର ସହିତ କଣ ହୁଏ ?

ଏଭଳି ଲୋକଙ୍କ ଆଧାର କାର୍ଡ ସହିତ ସରକାର କିମ୍ବା UADAI କଣ କରନ୍ତି । କିମ୍ବା ସେହି ଲୋକମାନଙ୍କର ଆଧାର କାର୍ଡ ସହିତ ଜଡିତ ତଥ୍ୟ ସହିତ କ’ଣ କରାଯାଏ । ସଂସଦରେ ଏ ବାବଦରେ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସରକାରଙ୍କ ତରଫରୁ ଉତ୍ତର ଦେଇଛନ୍ତି।
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ଜଣ ବ୍ୟକ୍ତି ର ମୃତ୍ୟୁ ହେଉଛି ତେବେ ମୃତ ବ୍ୟକ୍ତିଙ୍କ ଆଧାର ନିଷ୍କ୍ରିୟ ପାଇଁ କୌଣସି ବ୍ୟବସ୍ଥା ଅଛି କି ନାହିଁ; ଏହାସହ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସମୟରେ ମୃତଙ୍କ ଆଧାରକୁ ନିଷ୍କ୍ରିୟ କରିବାକୁ ବିଚାର କରିଛି କି ନାହିଁ?

ତେବେ ଏହି ପ୍ରଶ୍ନ ରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ :ମୃତ ବ୍ୟକ୍ତିଙ୍କ ଆଧାର ନିଷ୍କ୍ରିୟ ପାଇଁ କୌଣସି ବ୍ୟବସ୍ଥା ନାହିଁ । କିନ୍ତୁ ଉକ୍ତ ଅଧିନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ରେଜିଷ୍ଟ୍ରାରମାନେ ନିଜ ନିଜ ଅଞ୍ଚଳରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ କରନ୍ତି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ସୂଚନା ଦେଇଛି ଯେ ରେଜିଷ୍ଟ୍ରାର୍ ଜେନେରାଲ୍ ଅଫ୍ ଇଣ୍ଡିଆର ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ସମୟରେ ଜଣେ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ଜାଣିବା ପରେ ରେଜିଷ୍ଟ୍ରାରଙ୍କ ଦ୍ୱାରା ଆଧାର ନମ୍ବର ବାଣ୍ଟିବା ପାଇଁ ଆଧାରକୁ ନିଷ୍କ୍ରିୟ କରିବା ପାଇଁ ସୂଚନା ଦେଇଥାଏ । ଯାହା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆଧାର ସହିତ କୌଣସି ଭୁଲ ଅପଚୟ ହେଉଥିଲେ ଏହାକୁ ରୋକା ଯାଇ ପାରିବ।

Get real time updates directly on you device, subscribe now.