fbpx

ଉପବାସ ରଖିଲେ ଶରୀରରେ କ’ଣ ପିରିବର୍ତ୍ତନ ହୋଇଥାଏ ? ଜାଣନ୍ତୁ ଉପବାସ ରଖିବାର ଫାଇଦା ବିଷୟରେ

ଓଡ଼ିଶା ଭାସ୍କର: ଭାରତୀୟ ସଂସ୍କୃତିରେ ବିଭିନ୍ନ ଧାର୍ମିକ କାରଣ ପାଇଁ ବ୍ୟକ୍ତି ଉପବାସ ରଖିଥାନ୍ତି । ଏହା ବ୍ୟତୀତ ଅନେକ ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ଉପବାସ ରଖିଥାନ୍ତି । କିନ୍ତୁ ଉପବାସ ରଖିବାର ସଠିକ ଉପାୟ ନଜାଣିଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଅଧିକାଂଶ ବ୍ୟକ୍ତି ଶ୍ରାବଣ ସୋମବାରରେ ଉପବାସ ରଖିଥାନ୍ତି । ଏହି ସମୟରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଏଥିମଧ୍ୟରୁ ଉପବାସ ପୂଜା ପାଠର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରାଯାଇଛି । ଏହା ଏକ ପ୍ରକାର ସାଧନା ଅଟେ । ଉପବାସ ରଖିବା ଦ୍ୱାରା ମନ ଶାନ୍ତ ରହିଥାଏ । ଫଳରେ ଇଶ୍ୱରଙ୍କ ଆରାଧନା କରିବା ସହଜ ହୋଇଥାଏ ।

ସାଉଥ୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଉପବାସ ରଖିବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ବର୍ତ୍ତମାନ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଅଧିକ ଲୋକପ୍ରିୟ । ଏଥିରେ ୧୬ ଘଣ୍ଟା ପର୍ଯ୍ୟନ୍ତ କିଛି ନ ଖାଇ ବାକି ୮ ଘଣ୍ଟା ଆହାର ସେବନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଉପବାସ ସମୟରେ ଶରୀର କିପରି କାର୍ଯ୍ୟ କରିଥାଏ । ଉପବାସ ରଖିଲେ କ’ଣ ଫାଇଦା ଏବଂ କ୍ଷତି ହୋଇଥାଏ । ଏହା ବ୍ୟତୀତ ଉପବାସ ରଖିବାର ସଠିକ୍ ଉପାୟ କ’ଣ ? ଉପବାସ ରଖିବାର ପ୍ରଥମ କିଛି ଘଣ୍ଟା ଶରୀରରେ ଥିବା ଗ୍ଲୁକୋଜ୍ ଶକ୍ତି ପାଇଁ ବ୍ୟବହୃତ ହୋଇଥାଏ । ୬ରୁ ୮ ଘଣ୍ଟା ପରେ ଗ୍ଲୁକୋଜ୍ ଶେଷ ହେବାକୁ ଲାଗେ । ଏହା ପରେ ଶରୀର ମେଦ(fat)କୁ ଶକ୍ତି ଭାବେ ବ୍ୟବହାର କରିଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଉପବାସ ରଖିବା ଦ୍ୱାରା ଶରୀର ଏକ ମେଟାବଲିଜିମ୍ ସ୍ଥିତିକୁ ପ୍ରବେଶ କରିଥାଏ ଯାହାକୁ କେଟୋସିସ୍ କୁହାଯାଏ । ଏହି ପର୍ଯ୍ୟାୟରେ ଶରୀରର ମେଦ ଶକ୍ତିର ମୁଖ୍ୟ ସ୍ରୋତ ପାଲଟିଥାଏ ।

ଉପବାସ ରଖିଲେ କ’ଣ ଫାଇଦା ହୋଇଥାଏ ?

– ଓଜନ ହ୍ରାସ ହେବାରେ ସହାୟକ

– ରକ୍ତ ଶର୍କରା ନିୟନ୍ତ୍ରଣ

– ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ

– ପାଚନ ତନ୍ତ୍ର ପାଇଁ ଲାଭଦାୟକ

– ଶରୀରର ଡିଟକ୍ସିଫିକେସନ୍‌

ଉପବାସ ରଖିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ?

– ଥକ୍କାପଣ
– ରକ୍ତ ଶର୍କରା ସ୍ତର ହ୍ରାସ ହେବା ଓ ମୁଣ୍ଡ ବୁଲାଇବା
– ମୁଡ୍ ସ୍ୱିଙ୍ଗ୍‌ସ
– କେତେକାଂଶରେ କୋଷ୍ଠକାଠିନ୍ୟ କିମ୍ବା ଝାଡ଼ା ଭଳି ସମସ୍ୟା

କିପରି ରଖିବେ ଉପବାସ ?

– ଉପବାସ ରଖିବା ପୂର୍ବରୁ ଅଧକ ଭାରି ଖାଦ୍ୟ ସେବନ କରନ୍ତୁ ନାହିଁ । ଏହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ ।
– ଉପବାସ ସମୟରେ ନିଜକୁ ସବୁବେଳେ ହାଇଡ୍ରେଟ୍ ରଖନ୍ତୁ । ଏହା ଦ୍ୱାରା ଥକ୍କାପଣ ଅନୁଭବ ହୋଇନଥାଏ । ଜୁସ, ଚାହା କିମ୍ବା କଫି(ବିନା କ୍ଷୀର ଓ ଚିନ) ପିଇ ପାରିବେ ।
– ସନ୍ତୁଳିତ ଆହାର ଯେପରି ପ୍ରୋଟିନ୍ ଫାଇବର, ଫଳ ଏବଂ ସ୍ପ୍ରାଉଟ୍ସ ସେବନ କରିପାରିବେ ।

Get real time updates directly on you device, subscribe now.