fbpx

ଯଦି ସବୁ ଦିନ ପାଇଁ ଅସ୍ତ ହୋଇଯାଏ ସୂର୍ଯ୍ୟ: କିଏ ବଞ୍ଚିବେ ଆଉ କିଏ ଦୁନିଆରୁ ନେବେ ବିଦାୟ…

Advertisement

କଥାରେ ଅଛି ପ୍ରତ୍ୟେକ ଜିନିଷର ଆରମ୍ଭ ଅଛି ତ ଶେଷ ବି ଅଛି, ଜନ୍ମ ଅଛି ତ ମୃତ୍ୟୁ ବି ଅଛି । ଯଦି ଏ କଥା ସତ ତେବେ ପୃଥିବୀ ଏବଂ ସୂର୍ଯ୍ୟ ଆଦି ଗ୍ରହମାନଙ୍କର ବି ଦିନେ ନା ଦିନେ ଅନ୍ତ ହେବ । ପୃଥିବୀ ଧ୍ୱଂସ ହେବା କଥା ତ ଅନେକ ଥର ଅନେକ ଲୋକଙ୍କ ମୁହଁରୁ ଶୁଣିଛନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି ଯଦି ପୃଥିବୀ ପୂର୍ବରୁ ସୂର୍ଯ୍ୟଙ୍କ କିରଣ ଶେଷ ହୋଇଯାଏ । ସବୁଦିନ ପାଇଁ ପୃଥିବୀରେ କେବଳ ରାତି ହୋଇଯାଏ । କ’ଣ ହେବ ପରିସ୍ଥିତି? କେମିତି ବଞ୍ଚିବ ଏ ଜୀବଜଗତ ? ହୁଏତ ଏ କଥା ଭାବିଲେ ବି ଏବେ ଡର ଲାଗୁଥିବ । କିନ୍ତୁ ଏହି ସମୟରେ ଆପଣ କ’ଣ କରିବେ, ତାହାର ଉତ୍ତର ଖୋଜିବ ଉଚିତ ।

ବୈଜ୍ଞାନିକଙ୍କ ଅନୁସାରେ, ସୂର୍ଯ୍ୟର ଆୟୁଷକାଳ ୯ ଆରବ ବର୍ଷରୁ ବି ଅଧିକ । ସୌରମଣ୍ଡଳରେ ଥିବା ଆକାଶୀୟ ପିଣ୍ଡଗୁଡିକ ମଧ୍ୟରେ ଲାଗିଥିବା ଗୁରୁତ୍ୱାକର୍ଷଣ ବଳ ଏହାକୁ ମହାକାଶରେ ଷ୍ଟାବିଲିଟି ଦେଇଥାଏ । ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗ୍ରହମାନେ ସୂର୍ଯ୍ୟ ଚାରିପଟେ ଘୁରି ବୁଲିଥାନ୍ତି । ଯେଉଁଥିପାଇଁ ଗ୍ରହଗୁଡିକର ଦିନରାତି ଏବଂ ବୟସ ଧାର୍ଯ୍ୟ ହୋଇଥାଏ ।

ଯଦି ସୂର୍ଯ୍ୟ ସବୁ ଦିନ ପାଇଁ ଅସ୍ତ ହୋଇଯିବେ ତ କ’ଣ ହେବ?

ଯଦି ସୂର୍ଯ୍ୟ ସବୁ ଦିନ ପାଇଁ ଗାଏବ ହୋଇ ଯାଆନ୍ତି, ତେବେ ସବୁଠୁ ପ୍ରଥମ ଘଟଣା ଯାହା ଘଟିବ ତାହା ସମସ୍ତେ ଜାଣିଛନ୍ତି । ପୃଥିବୀ ସମେତ ସୌର ମଣ୍ଡଳର ସମସ୍ତ ଗ୍ରହରେ ଅନ୍ଧାର ଖେଳିଯିବ । ଏହାପରେ କିଛି ଦିନ ସୂର୍ଯ୍ୟତାପ ନ ପାଇ ଧିରେ ଧିରେ ପୃଥିବୀର ତାପମାତ୍ରା କମିବାରେ ଲାଗିବ । ଏମିତି ଏକ ଦିନ ଆସିବ ଯେବେ ପୃଥିବୀ ବରଫ ତଳେ ରହିଯିବ । ଗଛଲତା ବଞ୍ଚିବା ପାଇଁ ସୂର୍ଯ୍ୟକିରଣ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାବିନା ଗଛଲତା ମଧ୍ୟ ଦିନେ ଲୋପ ପାଇଯିବ । ସେହିପରି ବଡ ବଡ ଜୀବ ଏବଂ ମଣିଷ ମଧ୍ୟ ଦିନେ ମୃତ୍ୟୁର ଦ୍ୱାରଦେଶରେ ପହଞ୍ଚିଯିବ ।

ତେବେ ଚନ୍ଦ୍ର ସୂର୍ଯ୍ୟକିରଣରୁ ଆଲୋକ ନେଇ ପୃଥିବୀକୁ ଆଲୋକିତ କରିଥାଏ । ତେଣୁ ସୂର୍ଯ୍ୟ ବିନା ଚନ୍ଦ୍ରର ମଧ୍ୟ କୌଣସି ଆଲୋକ ରୀହିବ ନାହିଁ । ଅର୍ଥାତ ପ୍ରାୟ ସମେସ୍ତଙ୍କ ଜୀବନକାଳ ସୂର୍ଯ୍ୟ ସହ ଶେଷ ହେବ । ତେବେ ଏହି ପରିସ୍ଥିତିରେ କିଛି ଜୀବ ବଞ୍ଚି ରହିବେ । ଯେଉଁମାନେ ପରିସ୍ଥିତି ଅନୁସାରେ ନିଜକୁ ଏବଂ ନିଜ ଶରୀରରେ ପରିବର୍ତ୍ତନ କରି ପାରନ୍ତି, ସେମାନେ ଏହାପରେ ବଞ୍ଚି ରହିବେ ।

Get real time updates directly on you device, subscribe now.