(Video) କାଳବୈଶାଖୀ କ’ଣ ଓ କାହିଁକି ହୁଏ ? ଜାଣନ୍ତୁ କେବେ ଅନୁଭବ ହୁଏ ଏହି କାଳବୈଶାଖୀର ପ୍ରଭାବ

ଓଡ଼ିଶା ଭାସ୍କର: କାଳବୈଶାଖୀ ବା ନର ୱେଷ୍ଟର । ଯାହାକି ବେଳ ବୁଡିଲାମାନେ ତାଣ୍ଡବ ରଚିବା ଆରମ୍ଭ କରି ଦେଉଛି । ହଠାତ୍ ଅକାଶରୁ ଖରା କୁଆଡେ ଉଭେଇ ଯାଇ ମାଡି ଆସୁଛି କିଟିମିଟି ଅନ୍ଧାର, ବିଜୁଳି ଘଡଘଡି ମାଡରେ ଅକାଶ ଥରି ଉଠିବା ସହିତ ପ୍ରବଳରୁ ଅତି ପ୍ରବଳ ପବନ ସବୁ କିଛି ଛାରଖାର କରି ଦେଉଛି । ଅକାଶରୁ ଖସୁଥିବା ବଜ୍ରପାତରେ କେତେ ଯେ ମୂଲ୍ୟବାନ ଜୀବନ ଯାଉଛି ତାର ହିସବା ନାହିଁ । ଆଖିପିଛୁଳାକେ ସବୁ କିଛି ନଷ୍ଟ ଭ୍ରଷ୍ଟ କରିଦେଉଛି । ତେବେ କଣ ଆପଣ ଜାଣିଛନ୍ତି କି ଏ କାଳବୈଶାଖୀ କଣ । ଦିନ ସାରା ଡହଡହ ଖରା ହେଉଥବା ବେଳେ ସଂଜବେଳକୁ କାହିଁକି ମାଡି ଆସୁଛି କାଳବୈଶାଖୀ । କିଛି ସମୟ ତାଣ୍ଡବ ରଚିବା ପରେ ସବୁକିଛି ଶାନ୍ତ ପଡି ଯାଉଛି । କାହିଁକି କେବଳ ଖରାଦିନରେ ଆସିଥାଏ କାଳବୈଶାଖୀ, ଏହାର ନାଁ କାଳବୈଶାଖୀ ହେବା ପଛରେ କାରଣ କଣ ।

ମୌସୁମୀ ବାୟୁ ଆସିବା ପୂର୍ବରୁ ଯେଉଁ ଅଳ୍ପ ବହୁତେ ବର୍ଷା ହୋଇଥାଏ ତାକୁ ହିଁ କାଳବୈଶାଖୀ ବର୍ଷା କୁହାଯାଏ । ଦିନବେଳା ପ୍ରବଳ ଖରା ହେଉଥିବା ବେଳେ ଜଳ ବାଷ୍ପିଭୂତ ହୋଇ ବାୟୂମଣ୍ଡଳକୁ ଚାଲିଯାଏ । ଯାହାଫଳରେ ଉପରବେଳା କାଳବୈଶାଖୀ ସୃଷ୍ଟି ହୋଇଥାଏ । ଅଳ୍ପ ସମୟ ପାଇଁ ବର୍ଷା ହୁଏ କିନ୍ତୁ ଅନେକ କିଛି କ୍ଷୟ ପହଂଚାଏ । ତେବେ ଉତ୍ତର ପଶ୍ଚିବ ଓଡିଶାରେ କାଳ ବୈଶାଖୀ ହେବାର ମୁଖ୍ୟ କାରଣ ହେଉଛି ଛୋଟାନାଗପୁର ପେଲଟ୍ୟୁ । ଯାହାକି ଓଡିଶା, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡରେ ବ୍ୟାପିଛି । ଓଡିଶାର ଉତର ପଶ୍ଚିମ ଅଂଚଳରେ ଅଧିକ ପାହଡ ରହିଛି ବଙ୍ଗୋପସାଗରରେ ଥର୍ଡା ବାୟୁ ଏବଂ ଗ୍ରୀଷ୍ମ ସମୟରେ ଓଡିଶାର ତାପମାତ୍ରା ୪୦ ଡିଗ୍ରୀ ଉପରେ ,ଏହି କାରଣରୁ ବାଦଲ ସବୁ ଆସି ଏହି ପାହାହିଆ ଅଂଚଳରେ ଜମା ହୋଇ ବର୍ଷା କରିଥାନ୍ତି । ଓଡ଼ିଶାର ଭୌଗୋଳିକ ସ୍ଥିତି ଏପରି ଯେ ସବୁ ପ୍ରାକୃତିକ ବିପର୍ଯ୍ୟୟର ଓଡିଶା ହେଉଛି ହଟସ୍ପଟ ।

ଶବ୍ଦ “କାଲ୍ ବାଇସାଖୀ” ଦୁଇଟି ଶବ୍ଦରୁ ଉତ୍ପନ୍ନ ହୋଇଛି: “କାଲ୍” ଅର୍ଥାତ୍ କଳା ବାଦଲ ଏବଂ “ବାଇସାଖୀ” ଯାହା ବଙ୍ଗାଳୀ କ୍ୟାଲେଣ୍ଡରର ପ୍ରଥମ ମାସ ଅଟେ । ଏହି ସମୟରେ ଆସୁଥିବା ତୋଫାନକୁ ଯାହାକି ଅନେକ ଧନ ଜୀବନ ନଷ୍ଟ କରିଥାଏ , ଏହାକୁ କାଳବୈଶାଖୀ କୁହାଯାଏ । ଯାହା ଆସିବା ଦ୍ୱାରା ହଠାତ୍ ପାଗ ପରିବର୍ତ୍ତନ ହୋଇଯାଏ ।

ଏହି କାଳବୈଶାଖୀ କିଛି ମିନିଟ ଭିତରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥାଏ । ବର୍ଷା ଦ୍ୱାରା ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଥାଏ । ଏହି ସମୟରେ ପବନର ବେଗ ୪୦-୫୦ କିମି ବହିଥାଏ, ମାତ୍ର ସମୟ ସମୟରେ ପବନର ବେଗ ୧୦୦ କିମି ପାର କରିଯାଏ, ଯାହାକି ପ୍ରଳୟ ରଚିଥାଏ । କାଳବୈଶାଖୀ ପ୍ରଭାବରେ ପ୍ରାୟ ୮୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥାଏ ।