fbpx

ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ଭାରତର ପଦ୍ମଫୁଲ ସହ କଣ ସମ୍ପର୍କ : ଜାଣନ୍ତୁ ଏହାର ସତ୍ୟତା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ନାମ ବାଦପଡିଛି । ଏବେ ଆମେରିକାବାସୀଙ୍କ ନଜର ଉପରାଷ୍ଟ୍ରପତି କମଲା ହାରିସଙ୍କ ଉପରେ ରହିଛି। କମଲା କେବଳ ବର୍ତ୍ତମାନର ଉପରାଷ୍ଟ୍ରପତି ନୁହଁନ୍ତି । ସେ ଜଣେ ଜଣାଶୁଣା ପ୍ରସିଦ୍ଧ ନେତା ଭାବରେ ମଧ୍ୟ ପରିଚୟ ପାଇଛନ୍ତି। ଜଣେ ଭଲ ରାଜନେତା ହିସାବରେ ଆମେରିକାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଲୋକମାନେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ବହୁତ ପସନ୍ଦ କରନ୍ତି ।

ସେହିପରି ଆମେରିକାର ଏକ ସଭାରେ କମଳା ହାରିସ ସମ୍ବୋଧନ କରି କହିଛନ୍ତି ଯେ, ଭାରତ ସହିତ ତାଙ୍କର ତାଙ୍କର ପିଲାଦିନରୁ ସମ୍ପର୍କ ରହିଛି । ଏହା କମଲା ହାରିସ୍ ନିଜେ ତାଙ୍କ ଆତ୍ମଜୀବନୀ ପୁସ୍ତକରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଲେଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପଦ୍ମଫୁଲ ସହିତ ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି ତେବେ ଏହି ସମ୍ପର୍କ କଣ ଆଉ କାହିଁକି ଆସନ୍ତୁ ନଜର ପକାଇବା …..

କମଲା ହାରିସ୍ ୨୦୧୮ ରେ ତାଙ୍କ ଆତ୍ମଜୀବନୀ ପୁସ୍ତକରେ ଏ ସମ୍ବଦ୍ଧରେ ଲେଖିଥିଲେ । କମଲା ସେହି ପୁସ୍ତକରେ ନିଜର ନାମକୁ ଭାରତ ସହ ଯୋଡି ତାଙ୍କ ନାମର ଅର୍ଥକୁ ବ୍ୟାଖ୍ୟା କରି କମଳା ଲେଖିଛନ୍ତି । ସେ ସେହି ପୁସ୍ତକରେ ଲେଖିଛନ୍ତି ମୋ ନାମର ଅର୍ଥ ହେଉଛି କମଲ ବା ପଦ୍ମଫୁଲ । ଭାରତୀୟ ସଂସ୍କୃତି ପରମ୍ପରାରେ ପଦ୍ମଫୁଲର ମହତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଏହି ପଦ୍ମଫୁଲ ଜଳର ଉପରି ଭାଗରେ ଫୁଟିଥିବା ବେଳେ ତାର ଚେରଗୁଡିକ ନଦୀ ବା ଅନ୍ୟାନ ଜଳାଶୟର ତଳକୁ ଲାଗିଥାଏ । ସେହିପରି ଠିକ ଭାରତ ସହ ମୋର ସମ୍ପର୍କ ଠିକ୍ ସମାନ। କମଳା ହାରିସଙ୍କ ମା ଶ୍ୟାମଳା ଗୋପାଳ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କର ପିତା ଜାମାଇକର ଥିଲେ।

କମଳା ହାରିସ୍ ଅନେକ ଦକ୍ଷିଣ ଭାରତୀୟ ଖାଦ୍ୟ ବିଷୟରେ ମଧ୍ୟ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଛେଟବେଳେ ସେ ବହୁତଭାତ, ଡାଲି, କଦଳୀ, ଆଳୁ, ରସୁଣ ପନିପରିବା ଏବଂ ଇଡଲି ଖାଇ ବଡ ହୋଇଛନ୍ତି । ସେ କିପରି ଭାବରେ ଭାରତୀୟ ବିରିୟାନି ତିଆରି କରନ୍ତି ତାହା ମଧ୍ୟ କହିଥିଲେ। କମଳା ହାରିସ୍ ୨୦୧୪ ରେ ଓକିଲ ଡଗଲାସ୍ ଏମହଫଙ୍କୁ ବିବାହ କରିଥିଲେ ।

ସେତେବେଳେ ଦୁହିଁଙ୍କ ଭାରତୀୟ ପରମ୍ପରା ଏବଂ ହିନ୍ଦୁ ରୀତିନୀତି ଅନୁସାରେ ବେଶ ଧୁମଧାମରେ ପାଳନ କରାଯାଇଥିଲା। ଏଥିସହ ଭାରତୀୟ ପରମ୍ପରା ଅନୁଯାୟୀ କମଲା ତାଙ୍କ ସ୍ୱାମୀ ଡଗଲାସଙ୍କୁ ଫୁଲରେ ପୁଷ୍ପମାଲ୍ୟ ଦେଇ ବିବାହ କରିଥିଲେ ।

 

Get real time updates directly on you device, subscribe now.